Home Top News ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ବାର୍ତ୍ତା: “ମା’ ମାନେ ହେଉଛନ୍ତି ସମାଜ ଚକର ଅଖ”

ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ବାର୍ତ୍ତା: “ମା’ ମାନେ ହେଉଛନ୍ତି ସମାଜ ଚକର ଅଖ”

172

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ୨୪ ତମ ପ୍ରତିଷ୍ଠା ଦିବସ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥି ଉପଲକ୍ଷେ ଦଳର ସଭାପତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଥିଲେ, “ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ଏହି ଅବସରରେ ଆମର ଲକ୍ଷ ଲକ୍ଷ କର୍ମୀ ଭାଇ ଓ ଭଉଣୀମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି। ମୁଁ ସବୁବେଳେ କହି ଆସିଛି ଯେ ମହିଳା ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ଆଗେଇଲେ ଦେଶ ଆଗେଇବ ସମାଜ ଆଗେଇବ। ବିଜୁବାବୁଙ୍କ ଭାଷାରେ “I quote, I am confident that the mothers and sisters who run their households so efficiently will run the Panchayat Samiti and Zilla Parishad with equal competence unquote.” ମା’ ମାନେ ହେଉଛନ୍ତି ସମାଜ ଚକର ଅଖ। ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ି ପାରିବ ନାହିଁ। ୧୯୯୨ରେ ବିଜୁବାବୁ ମହିଳା ମାନଙ୍କ ପାଇଁ ପଞ୍ଚାୟତ, ଅର୍ବାନ ବଡିଜ୍ ଏବଂ ସରକାରୀ ଚାକିରୀରେ ୩୩% ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ। ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ଆମ ସରକାର ପଞ୍ଚାୟତ ଓ ଅର୍ବାନ ବଡିଜ୍ ମାନଙ୍କରେ ମା’ ମାନଙ୍କ ପାଇଁ ୫୦% ସଂରକ୍ଷଣ କରିଛନ୍ତି। କେବଳ ସେତିକି ନୁହେଁ ବିଜୁ ଜନତା ଦଳ ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳା ମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ଲଢ଼େଇ କରୁଛି। ଆପଣ ଜାଣନ୍ତି ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ। ବିଜୁ ଜନତା ଦଳ ଦେଶର ଏକମାତ୍ର ଦଳ ସିଏ କି ୨୦୧୯ ସାଧାରଣ ନିର୍ବାଚନରେ ୩୩ % ମହିଳାଙ୍କୁ ଟିକେଟ୍ ଦେଇଥିଲା। ନିର୍ବାଚନ ଆସିଲେ ଜାତୀୟ ଦଳ ମାନେ ସେମାନଙ୍କ ନିର୍ବଚନୀ ଇସ୍ତେହାରରେ ମହିଳା ସଂରକ୍ଷଣ ବିଷୟରେ ବଡ଼ ବଡ଼ କଥା କହୁଛନ୍ତି। କିନ୍ତୁ ନିର୍ବାଚନ ସରିଗଲେ ଆରାମରେ ସେ କଥା ଭୁଲି ଯାଉଛନ୍ତି। We can not deprive half of our population of their rights. They must have their rightful place in the Political space of our Country. ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ହେଲେ ମଧ୍ୟ ସଂସଦ ଏବଂ ବିଧାନସଭାରେ ମହିଳା ମାନଙ୍କୁ ୩୩% ସଂରକ୍ଷଣ ଦେବାକୁ ତାର ସ୍ୱରକୁ ଆହୁରି ଜୋରଦାର କରିବ। ଏବେଠାରୁ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାର ପ୍ରତି ସେସନରେ ବିଜୁ ଜନତା ଦଳ ମହିଳା ସଂରକ୍ଷଣ ବିଷୟ ଜାତୀୟ ଦଳମାନଙ୍କୁ ମନେ ପକାଇଦେବ। ପ୍ରତ୍ୟେକ ପ୍ଲାଟଫର୍ମରେ ଏ’ ବିଷୟ ଆମେ ଉଠାଇବୁ। ମହିଳାମାନଙ୍କୁ ସେମାନଙ୍କ ହକ୍ ମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରରେ ଲଢ଼େଇ ଜାରୀ ରହିବ। ଭାରତର ସବୁ ମହିଳାଙ୍କ ନିକଟରେ ଏ’ ଆହ୍ୱାନ ପହଞ୍ଚାଇବ। ଗାଁ’ ଗାଁ’ରେ ଘରେ ଘରେ ମା’ ମାନଙ୍କୁ ସଚେତନ କରାଇବୁ। ଏହାକୁ ଆମେ ଏକ ଆନ୍ଦୋଳନର ରୂପ ଦେବୁ। ସମାଜରେ ନାରୀର ଗୁରୁତ୍ୱ କେତେ ତାହା ଆମେ ଲକ୍ଷ୍ମୀ ପୁରାଣରେ ହିଁ ଅଧିକ କହିଥାଏ। ନିଜେ ମହାପ୍ରଭୁଙ୍କ ମଧ୍ୟ ଏହା ସ୍ବୀକାର କରିଛନ୍ତି। ଆମ ଓଡ଼ିଶାରେ ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହେଲେଣି। ସେମାନେ ବିଭିନ୍ନ କ୍ଷେତ୍ରରେ ଯେପରି ଦକ୍ଷତାର ସହ ସେମାନଙ୍କ ଦାୟିତ୍ବ ତୁଲାଉଛନ୍ତି ନଦେଖିଲେ ବିଶ୍ବାସ କରିହେବ ନାହିଁ।”


“Empowerment of women is the empowerment of the Nation. No household, no society, no State, no Country has ever moved forward without empowring it’s women. ଆମକୁ ଯଦି ବିଶ୍ୱର ଆଗୁଆ ଦେଶମାନଙ୍କ ସହ ପ୍ରତିଯୋଗିତା କରିବାକୁ ହେବ ତେବେ ଆମକୁ ଆମ ମା’ ମାନଙ୍କୁ ସେମାନଙ୍କ ହକ୍ ଦେବାକୁ ହେବ। ଏ ଦିଗରେ ବିଜୁ ଜନତା ଦଳ ସବୁବେଳେ ଆଗରେ ରହିଛି ଏବଂ ରହିବ। ବିଜୁ ବାବୁଙ୍କ ଆଦର୍ଶରେ ଗଠିତ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଦଳ, ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ କର୍ମୀ ଭାଇଭଉଣୀଙ୍କ ପରିଶ୍ରମ ଯୋଗୁଁ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି। ଏହି ସାମାଜିକ ଆନ୍ଦୋଳନର ଆତ୍ମା ହେଉଛନ୍ତି ଆମର ମା’ ମାନେ। ଏକ ସଶକ୍ତ ମହିଳା ସମାଜ ହିଁ ଏକ ସଶକ୍ତ ଓଡ଼ିଶା ଗଠନ କରିପାରିବ। ତେଣୁ ଆମ ସମାଜ ପାଇଁ , ଆମର ପ୍ରିୟ ଓଡ଼ିଶା ପାଇଁ ମା’ ମାନେ ଚାହୁଁଥିବା ପରିବର୍ତ୍ତନକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ବହୁ ସଂଖ୍ୟାରେ ସାମିଲ ହେବା ପାଇଁ ମା’ ମାନଙ୍କୁ ମୁଁ ଆହ୍ବାନ କରୁଛି । ବନ୍ଦେ ଉତ୍କଳ ଜନନୀ।”
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.