Home ଜିଲ୍ଲା ପରିକ୍ରମା ବିବିସିସି ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ ଶୌଚାଳୟରୁ ଉଦ୍ଧାର

ବିବିସିସି ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ ଶୌଚାଳୟରୁ ଉଦ୍ଧାର

45

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଅଦୈତ୍ୟ ପ୍ରସାଦ ବେହେରାଙ୍କର ମୃତଦେହ ଆଜି ପୂର୍ବାହ୍ନ ପ୍ରାୟ ୮.୩୦ ସମୟରେ ବ୍ୟାଙ୍କ ପରିସରରେ ଥିବା ଏକ ଶୌଚାଳୟରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ମୃତ୍ୟୁବେଳକୁ ତାଙ୍କର ୭୦ ବର୍ଷ ବୟସ ହୋଇଥିଲା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ହସନାବାଦ ଗ୍ରାମନିବାସୀ ୰ ବେହେରା ଦୀର୍ଘବର୍ଷ ହେବ ବିବିସିସି ବ୍ୟାଙ୍କରେ କାର୍ଯ୍ୟ କରିବା ମଧ୍ୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କୋର୍କରା କରେଇପୁରସ୍ଥିତ ଭଦ୍ରକ ଆଇନ୍ ମହାବିଦ୍ୟାଳୟ ନିକଟରେ ଘର କରି ରହିଆସୁଥିଲେ । ଇତିମଧ୍ୟରେ ସେ ଅବସର ନେବାପରେ ଉକ୍ତ ବ୍ୟାଙ୍କରେ ଚୌକିଦାର ଭାବେ ରାତିରେ କାର୍ଯ୍ୟ କରିଆସୁଥିଲେ । କିଛିଦିନ ତଳେ ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ହେବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଚିକିତ୍ସା କରାଇବା ମଧ୍ୟରେ ସେ ନିଜର କର୍ମସ୍ଥଳୀକୁ ଭୁଲିପାରିନଥିଲେ । ଫଳରେ ତାଙ୍କ ପୁତ୍ର ଜିତେନ୍ଦ୍ର ତାଙ୍କୁ ଡାକ୍ତର ଦେଖାଇ ଗତକାଲି ସନ୍ଧ୍ୟା ସମୟରେ ଭଦ୍ରକ ସହରରେ ଥିବା ବ୍ୟାଙ୍କ କାର୍ଯ୍ୟାଳୟରେ ଛାଡି ଆସିଥିଲେ । ସେଠାରେ ରାତିରେ ରହିବା ପରେ ସକାଳୁ ପ୍ରାୟ ୮ଟା ସମୟରେ ପାଖ ମାର୍କେଟ୍‌ରୁ ଚା’ ପିଇ ଯିବାପରେ ତାଙ୍କ ପୁତ୍ର ଜିତେନ୍ଦ୍ର ଡାକ୍ତର ଦେଖାଇବା ପାଇଁ ସେଠାକୁ ଆସି ତାଙ୍କୁ ପାଇନଥିଲେ । ବହୁ ଖୋଜାଖୋଜି ପରେ ତାଙ୍କର ମୃତଦେହକୁ ବ୍ୟାଙ୍କ ପରିସରରେ ଥିବା ଶୌଚାଳୟ ମଧ୍ୟରେ ସେ ପଡିଥିବାର ଦେଖିଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇଦେଇଛି । ତେବେ ତାଙ୍କ ପରିବାର ଲୋକେ ସ୍ଥାନୀୟ ସହରାଞ୍ଚଳ ଥାନାରେ ତାଙ୍କ ମୃତ୍ୟୁ ସଂପର୍କରେ କୌଣସି ସୂଚନା ନଦେଇ ଆମ୍ବୁଲାନ୍ସ ଡାକି ଘରକୁ ସଂସ୍କାର ନିମନ୍ତେ ନେଇଯିବାରୁ ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.