Home ଓଡ଼ିଶା ଦେଶବାସୀଙ୍କୁ ନବରାତ୍ରୀ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ – ମାତା ଜଗଦମ୍ବା, ସମସ୍ତଙ୍କ ଜୀବନରେ...

ଦେଶବାସୀଙ୍କୁ ନବରାତ୍ରୀ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ – ମାତା ଜଗଦମ୍ବା, ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତି ସଞ୍ଚାର କରନ୍ତୁ

83

ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଆଜିଠାରୁ ଦେଶରେ ନବରାତ୍ରୀ ପର୍ବ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପବିତ୍ର ପର୍ବ ପାଇଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ନବରାତ୍ରିର ଶୁଭ ପର୍ବ ପାଇଁ ଅନେକ ଅନେକ ଅଭିନନ୍ଦନ। ମାତା ଜଗଦମ୍ବା ଆପଣଙ୍କ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ସଞ୍ଚାର କରନ୍ତୁ। ଜୟ ମାତା ଦୀ।’


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି, “ନବରାତ୍ରିର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କୁ ପ୍ରଣାମ। ତାଙ୍କ ଆଶୀର୍ବାଦରେ ଆମ ଗ୍ରହ ନିରାପଦ, ସୁସ୍ଥ ଏବଂ ସମୃଦ୍ଧ ହୋଇପାରିବ। ତାଙ୍କର ଆଶୀର୍ବାଦ ଆମକୁ ଗରିବ ଏବଂ ଦଲିତମାନଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଶକ୍ତି ପ୍ରଦାନ କରିବ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.