Home ଓଡ଼ିଶା ରଣପୁର ପୌରାଂଚଳ ବସ୍ତିବାସିନ୍ଦାଙ୍କୁ ଭୂମିଯୋଗ୍ୟ ପରିଚୟ ପତ୍ର ବଣ୍ଟନ

ରଣପୁର ପୌରାଂଚଳ ବସ୍ତିବାସିନ୍ଦାଙ୍କୁ ଭୂମିଯୋଗ୍ୟ ପରିଚୟ ପତ୍ର ବଣ୍ଟନ

32

ନୟାଗଡ/୧୬/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଏନ ଏ ସି କୁ ୫ବର୍ଷ ପୁରିଯାଇଥିଲେ ସୁଦ୍ଧା ଅନେକ ଲୋକ ବସ୍ତିରେ ଘରକରି ଜମି ପଟ୍ଟା ନଥାଇ ରହି ଆସୁଛନ୍ତି । ଅନେକ ଦିନ ହେଲା ପଟ୍ଟା ପାଇଁ ଦାବି କରିଆସୁଥିଲେ । ରଣପୁର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରଣପୁର ତହସିଲଦାରଙ୍କ ସହ ଯୋଗାଯୋଗ କରି ୨୨୯ଜଣ ବସ୍ତିବାସିନ୍ଦା ଭୂମି ପାଇବା ଯୋଗ୍ୟ ବୋଲି ବିବେଚନା କରିଛନ୍ତି ।

ଜାଗା ମିଶନ୍ ତରଫରୁ ରଣପୁର ଏନ୍ ଏ ସି ଅଫିସ୍ ପରିସରରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ଦ୍ୱାରା ଅକ୍ଟୋବର ୧୬ ତାରିଖରେ ଭୂମିଯୋଗ୍ୟ ପରିଚୟ ପତ୍ର ବଣ୍ଟା ଯାଇଥିବା ଜଣାପଡିଛି । ଅନ୍ୟ ୨୧୯ ଜଣଙ୍କୁ ଘରଘର ବୁଲି ଭୂମିଯୋଗ୍ୟ ପ୍ରମାଣ ପତ୍ର ବଣ୍ଟନ କରାଯିବ । ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ ଓ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଉପସ୍ଥିତ ଥିଲେ  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.