Home ଓଡ଼ିଶା ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

39

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ପରଲୋକରେ ବିଶିଷ୍ଟ ଭାସ୍କର୍ଯ୍ୟ ପଦ୍ମବିଭୂଷଣ ଶିଳ୍ପୀ ରଘୁନାଥ ମହାପାତ୍ର। କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ତାଙ୍କର ପରଲୋକ ହୋଇଛି।

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତିଯେ, “ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଦୁଃଖିତ। କଳା, ଭାସ୍କର୍ଯ୍ୟ ଓ ସଂସ୍କୃତି ଦୁନିଆକୁ ତାଙ୍କର ଅବଦାନ ଥିଲା ଅତୁଳନୀୟ। ପାରମ୍ପରିକ କଳାକୁ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ। ତାଙ୍କର ପରିବାର ଓ ପ୍ରଂଶସକ ମାନଙ୍କ ପାଇଁ ମୋର ସମବେଦନା। ଓଁ ଶାନ୍ତି”

ସ୍ଥାପତ୍ୟ କଳାରେ ଉତ୍କୃଷ୍ଟତା ପାଇଁ ସେ ୧୯୭୫ରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ଏଵଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଆଜି ଅପରାହ୍ନ ୩ଟା ୪୯ରେ ଚିକିତ୍ସିତ ଅବସ୍ଥାରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ଗତ ଏପ୍ରିଲ ୨୨ରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.