Home ଓଡ଼ିଶା ଅପଟୁଡେଟ୍- ମାଲବାହୀ ଟ୍ରେନ୍ ଧକ୍କାରେ ଗୁରୁତର ଥିବା ଦନ୍ତାର ଜୀବନ ଗଲା

ଅପଟୁଡେଟ୍- ମାଲବାହୀ ଟ୍ରେନ୍ ଧକ୍କାରେ ଗୁରୁତର ଥିବା ଦନ୍ତାର ଜୀବନ ଗଲା

51

ହରିଚନ୍ଦନପୁର,ତା ୯ ମଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦେଓଗାଁ ରେଞ୍ଜ ଶଗଡପଟା ନିକଟସ୍ଥ ବାଘୁଆ ନାଳ ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ଗୁରୁତର ଥିବା ଦନ୍ତାର ମୃତ୍ୟୁ ଘଟିଛି । ମିଳିଥିବା ଖବର ଅନୁଯାୟୀ ଶନିବାର ସନ୍ଧ୍ୟା ପ୍ରାୟ ୮.୩୦ ମିନିଟ୍ ସମୟରେ ରେଳ ଧାରଣା ପାର ହେଉଥିବା ବେଳେ ଏହି ଘଟଣା ଘଟିଛି । ମାଲବାହୀ ଖାଲି ଟ୍ରେନଟି ଟାଙ୍ଗିରିଆପାଳ ଷ୍ଟେସନରୁ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବାଘୁଆ ନାଳ ନିକଟସ୍ଥ ହାତୀ ଯାତାୟତ ପଥରେ ଏହି ଘଟଣାଟି ଘଟିଥିବା ଜଣାପଡିଛି । ଟ୍ରେନ୍ ଧକ୍କା ଦେବା ଫଳରେ ଅଣ୍ଡିରା ଦନ୍ତା ହାତୀଟି ଧାରଣା ନିକଟରେ ଗୁରୁତର ଅବସ୍ଥାରେ ପଡ଼ି ଛଟପଟ ହୋଉଥିଲା । ଘଟଣାର ଖବର ପାଇ ଆନନ୍ଦପୁର ଡିଏଫ୍ଓ ଓ ଦେଓଗାଁ ରେଞ୍ଜର ସହ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦନ୍ତାର ଚିକିତ୍ସା ଚଳାଇଥିଲେ । ହେଲେ ହାତୀର ପଛ ପାଖ ସହ ପେଟରେ ଗଭୀର ଆଘାତ ଲାଗିଥିବା ନେଇ ଛିଡ଼ା ହେବାର ସକ୍ଷମ ନହୋଇ ରବିବାର ଦିନ ୨.୨୫ ମିନିଟ୍ ସମୟରେ ସେଠାରେ ମୃତ୍ୟୁ ଘଟିଛି । ହାତୀ ଯାତାୟତ ପଥରେ ବନବିଭାଗ ପକ୍ଷରୁ ଲଗାଯାଇଥିବା ସୂଚନା ଫଳକରେ ବଡ଼ବଡ଼ ଅକ୍ଷରରେ ସୂଚିତ ଟ୍ରେନର ଗତି ଧିର କରନ୍ତୁ ଓ ହର୍ଣ୍ଣ ବଜାନ୍ତୁ । ହେଲେ ସୂଚିତ ସୂଚନା ଫଳକ ଥାଇ ମଧ୍ୟ କିଭଳି ଭାବେ ଉକ୍ତ ଚଲାପଥରେ ଟ୍ରେନ ଧକ୍କାରେ ଗୋଟିଏ ନିରିହ ହାତୀର ମୃତ୍ୟୁ ଘଟିଲା । ତାହାକୁ ନେଇ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଜନ ସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ । ମୃତ ହାତୀର ବ୍ୟବଚ୍ଛେଦ ପରେ ସେଠାରେ ମେସିନ ସାହାଯ୍ୟରେ ଏକ ଗାତ ଖୋଳାଯାଇ ସେଠାରେ ପୋତା ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.