Home କେନ୍ଦୁଝର ଗାୟକ ବଳଭଦ୍ର ପଣ୍ଡାଙ୍କ ବିୟୋଗରେ କଳାକାର ପରିଷଦ ପକ୍ଷରୁ ଶୋକ

ଗାୟକ ବଳଭଦ୍ର ପଣ୍ଡାଙ୍କ ବିୟୋଗରେ କଳାକାର ପରିଷଦ ପକ୍ଷରୁ ଶୋକ

83

ହାଟଡିହି- ୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଓଡିଶାର ପାଲା ସାହିତ୍ୟକୁ ରୁଚିମନ୍ତ ଓ ରୁଦ୍ଧିମନ୍ତ କରି ରଖିବାରେ ଯେଉଁ କେତେଜଣ ପାଲାଗାୟକଙ୍କର ଭୁମୀକା ଖୁବ ଗୁରୁତ୍ୱପୁର୍ଣ୍ଣ ଥିଲା ସେମାନଙ୍କ ମଧ୍ୟରେ ଗାୟକ ଚିନ୍ମୟ, ଭାଗବତ ଭୂଷଣ ଉପାଧିପ୍ରାପ୍ତ ହୋଇଥିବା ଗାୟକ ବଳଭଦ୍ର ପଣ୍ଡା ଅନ୍ୟତମ । ତାଙ୍କର ଅକାଳ ବିୟୋଗ ସମଗ୍ର ଓଡିଶାର ପାଲା କଳାକାର ମାନଙ୍କୁ ବ୍ୟଥିତ କରିଛି । ଏହି କ୍ରମରେ ହାଟଡିହି ବ୍ଲକ ମା ବିଶ୍ୱତାରିଣୀ କଳାକାର ପରିଷଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ପରିଷଦର ସଭାପତି ଅଧିକାରୀ ନାୟକଙ୍କ ସମେତ ସମ୍ପାଦକ ବିଦ୍ୟାଧର କବି, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ମିଶ୍ର, ମୁଖ୍ୟ ଉପଦ୍ଦେଷ୍ଟା ରତ୍ନାକର ଦାସ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ବ୍ଲକ କଳ । ସଂସ୍କୃତି ସଂଘର ଉପସଭାପତି ଦିବାକର ବାରିକ, ସାଂସ୍କୃତିକ ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି, ପ୍ରଭାକର ପାଣି, କୁମୁଦୁନି ପଣ୍ଡା, ସନ୍ଧ୍ୟାରାଣୀ ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ଇଶ୍ୱର ଚନ୍ଦ୍ର ଦାସ, କୋଷାଧ୍ୟକ୍ଷ ଅନନ୍ତ ପଣ୍ଡା, ତପୋଧନ ଆୟଚ, ସଦାଶିବ ବାରିକ,କାର୍ତ୍ତିକ ଯେନା, ବିପିନି ପାତ୍ର, ପ୍ରତୀମା ମହାକୁଡ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ବଳଭଦ୍ର ପଣ୍ଡାଙ୍କ ସାରସ୍ୱତ ପ୍ରତିଭା ଅନନ୍ୟ ଓ ଅଦ୍ୱିତୀୟ ବୋଲି ମତପ୍ରକାଶ କରିଥିଲେ । ତାଙ୍କ ବିୟୋଗରେ ଓଡିଶାର ପାଲା ସଂସ୍କୃତିରେ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.