Home ଆନ୍ତର୍ଜାତୀୟ ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ : ଖରାବ ପାଗ ଯୋଗୁ ରୋକିଲା ମ୍ୟାଚ୍: ଯଦି ପୁନଃ...

ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ : ଖରାବ ପାଗ ଯୋଗୁ ରୋକିଲା ମ୍ୟାଚ୍: ଯଦି ପୁନଃ ଆରମ୍ଭ ନ ହୁଏ ତେବେ ଏହା ହେବ ଫଳାଫଳ

178

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ଆମେରୀକାର ଫ୍ଲୋରିଡ଼ାରେ ଖେଳାଯାଉଛି। ଖରାବ ପାଗ ଯୋଗୁ ବର୍ତ୍ତମାନ ମ୍ୟାଚ୍ କୁ ରୋକି ଦିଆଯାଇଛି। ମ୍ୟାଚ୍ ରୋକିବା ବେଳକୁ ୱେଷ୍ଟ ଇଣ୍ଡିଜ୍ ୧୫.୩ ଓଭରରେ ୪ ୱିକେଟ ହରାଇ ୯୨ ରନ ବନାଇଥିଲା। କାୟରନ ପୋଲାର୍ଡ ୮ ଏବଂ ଶିମରନ ହେଟମାୟର ୬ ରନ କରି ନଟ୍ ଆଉଟ୍ ଥିଲେ।

ଇଣ୍ଡିଆ ଏବଂ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ୩ଟି ଟି-୨୦ ମ୍ୟାଚ ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ଖରାପ ପାଗ ଯୋଗୁ ବର୍ତ୍ତମାନ ମ୍ୟାଚ୍ କୁ ରୋକି ଦିଆଯାଇଛି। ଘନ କଳା ବାଦଲ ଏବଂ ତେଜ ବେଗରେ ପବନ ବହୁଥିବାରୁ ଓମ୍ପେୟାର ଇଣ୍ଡିଜର ଇନିଙ୍ଗ୍ସକୁ ୧୬ତମ ଓଭରରେ ମ୍ୟାଚ୍ କୁ ରୋକି ଦେଇଛନ୍ତି। ତା’ ପରେ ଦୁଇ ଟିମ୍ ଡ୍ରେସିଙ୍ଗ ରୁମକୁ ଫେରିଯାଇଛନ୍ତି।

ୱେଷ୍ଟ ଇଣ୍ଡିଜ୍ ଟିମକୁ ଏହି ମ୍ୟାଚ୍ ଜୀତିବାପାଇଁ ବର୍ତ୍ତମାନ ୨୭ଟି ବଲ୍ ରେ ୭୦ ରନର ଆବଶ୍ୟକତା ଅଛି। ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୬୭ ରନ ବନାଇଛି। ଯଦି ପାଗ ଠିକ୍ ନ ହୁଏ ଏବଂ ମ୍ୟାଚ୍ ଏହିଠାରେ ଶେଷ ହୁଏ ତେବେ ଇଣ୍ଡିଆ ସହଜରେ ବିଜୟ ଲାଭ କରିବ। ଡକବର୍ଥ ଲୁଇସ ସିଷ୍ଟମ ଅନୁଯାୟୀ ୱେଷ୍ଟ ଇଣ୍ଡିଜ୍ ର ସ୍କୋର ଏହି ସମୟରେ ୧୨୫ ରନ ହେବା ଆବଶ୍ୟକ ଥିଲା। ଏପରି କ୍ଷେତ୍ରରେ ଇଣ୍ଡିଆ ବର୍ତ୍ତମାନ ଅବସ୍ଥାରେ ୨୨ ରନରେ ବିଜୟ ଲାଭ କରିବ।

ମ୍ୟାଚ୍ ରୋକିବା ବେଳକୁ ୱେଷ୍ଟ ଇଣ୍ଡିଜ୍ ୧୫.୩ ଓଭରରେ ୪ ୱିକେଟ ହରାଇ ୯୨ ରନ ବନାଇଥିଲା। କାୟରନ ପୋଲାର୍ଡ ୮ ଏବଂ ଶିମରନ ହେଟମାୟର ୬ ରନ କରି ନଟ୍ ଆଉଟ୍ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.