Home ଅପରାଧ ପିଞ୍ଜରା ଭିତରେ ‘ପିଞ୍ଜରା ତୋଡ଼’ କର୍ମୀ: କିଏ ଏହି ‘ପିଞ୍ଜରା ତୋଡ଼’ କର୍ମୀ ..

ପିଞ୍ଜରା ଭିତରେ ‘ପିଞ୍ଜରା ତୋଡ଼’ କର୍ମୀ: କିଏ ଏହି ‘ପିଞ୍ଜରା ତୋଡ଼’ କର୍ମୀ ..

262

ନୂଆଦିଲ୍ଲୀ: ପିଞ୍ଜରା ଭିତରେ ଏବେ ଦୁଇ ‘ପିଞ୍ଜରା ତୋଡ଼’ କର୍ମୀ। ପୋଲିସ୍ ଦୁଇ ଜଣ ‘ପିଞ୍ଜରା ତୋଡ଼’ ଛାତ୍ରୀଙ୍କୁ ଗିରଫ କରିଛି। ଚଳିତ ବର୍ଷ ଫେବୃଆରୀ ମାସରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ବିରୋଧରେ ଦେଶର ରାଜଧାନୀ ଦିଲ୍ଲୀରେ ହିଂସା ହୋଇଥିଲା। ଦିଲ୍ଲୀ ହିଂସା ଘଟଣାରେ ତଦନ୍ତ ଜାରି ରହିଛି। ଗିରଫଦାରୀ ମଧ୍ୟ କରାଯାଉଛି। ଏବେ ଦିଲ୍ଲୀ ହିଂସା ମାମଲାରେ ଦୁଇ ଜଣ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଛାତ୍ରୀ ନତାଶା ଏବଂ ଦେବଙ୍ଗନା ‘ପିଞ୍ଜରା ତୋଡ଼’ ସଙ୍ଗଠନର ସଦସ୍ୟା।

ଦୁଇ ‘ପିଞ୍ଜରା ତୋଡ଼’ ଛାତ୍ରୀ ଗିରଫ –
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଜାଫରାବାଦ ମେଟ୍ରୋ ଷ୍ଟେସନରେ ସିଏଏ ବିରୋଧରେ ହଠାତ୍ ମହିଳାଙ୍କ ଭିଡ଼ ଜମା ହୋଇଥିଲା। ଏହା ପରେ ହିଂସା ଘଟିଥିଲା। ଏହି ମାମଲାରେ ଏକ ଏଫଆଇଆର ମଧ୍ୟ ପଞ୍ଜିକୃତ ହୋଇଥିଲା। ଗିରଫଦାରୀ ମଧ୍ୟ କରାଗଲା। ‘ପିଞ୍ଜରା ତୋଡ଼’ କର୍ମୀ ନତାଶା ଏବଂ ଦେବଙ୍ଗନାଙ୍କର ସଂପର୍କ ଦିଲ୍ଲୀ ହିଂସା ସହ ଜଡ଼ିତ ଥିବା ପ୍ରମାଣ ମିଳିଛି। ତେଣୁ, ଏବେ ଉଭୟଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଦିଲ୍ଲୀ ହିଂସା ମାମଲାରେ ଉଭୟ ଛାତ୍ରୀଙ୍କୁ ଉତ୍ତର ପୂର୍ବ ଜିଲ୍ଲା ପୋଲିସ ଗିରଫ କରିଛି। ଉଭୟ ଯୁବତୀଙ୍କୁ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଏସଆଇଟି ଏବଂ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ମଧ୍ୟ ପଚରାଉଚରା କରିବ। ଦିଲ୍ଲୀ ହିଂସା ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ‘ପିଞ୍ଜରା ତୋଡ଼’ ସଙ୍ଗଠନର ନାମ ଅନେକ ଥର ଆସିଛି।

‘ପିଞ୍ଜରା ତୋଡ଼’ ସଙ୍ଗଠନ କ’ଣ –
‘ପିଞ୍ଜରା ତୋଡ଼’ କଲେଜ ଛାତ୍ରୀ ମାନଙ୍କର ଏପରି ଏକ ସଂଗଠନ, ଯେଉଁମାନେ କଲେଜ ହଷ୍ଟେଲ ନିୟମ ବିରୁଦ୍ଧରେ ଯାଇ କାର୍ଯ୍ୟ କରନ୍ତି। ଏହି ସଙ୍ଗଠନରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଅନ୍ତର୍ଗତ ପ୍ରସିଦ୍ଧ କଲେଜ ମାନଙ୍କର ଛାତ୍ରୀ ସଦସ୍ୟା ଅଛନ୍ତି। ଦେଶର ଆଉ କିଛି ଅଳ୍ପ ସ୍ଥାନରେ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ମଧ୍ୟ ଏହି ସଙ୍ଗଠନର ସଦସ୍ୟା ଅଛନ୍ତି। ସନ୍ଧ୍ୟା ପରେ ଛାତ୍ରୀମାନଙ୍କୁ ହଷ୍ଟେଲ ବାହାରକୁ ଯିବା ଉପରେ ଥିବା ପ୍ରତିବନ୍ଧ ବିରୋଧରେ ଯାଇ ବିଳମ୍ବିତ ରାତି ଯାଏଁ ଛାତ୍ରୀମାନଙ୍କୁ ହଷ୍ଟେଲ ବାହାରେ ରହିବାକୁ ଅନୁମତି ଦେବା ସମର୍ଥନ ଆନ୍ଦୋଳନରୁ ବାମପନ୍ଥୀ ବିଚାରଧାରାର ମହିଳା ବିଦ୍ୟାର୍ଥୀ (ଛାତ୍ରୀ) ସଙ୍ଗଠନ ‘ପିଞ୍ଜରା ତୋଡ଼’ର ସୃଷ୍ଟି। ରାତି ସାରା ମଧ୍ୟ ହଷ୍ଟେଲ୍ ବାହାରେ ରହିବାରେ ଛାତ୍ରୀମାନଙ୍କୁ ଅଧିକାର ମିଳୁ ବୋଲି ସେମାନେ ଆନ୍ଦୋଳନ କରନ୍ତି। /-ଦେବଦତ୍ତ ରଥ

ତୁଟିଲା ବନ୍ଧନ; ବିଜେପି ବନ୍ଧନରେ ବାନ୍ଧି ହେବେ ଆଦିତି ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.