Home ଆନ୍ତର୍ଜାତୀୟ ପଲ୍ ମିଲଗ୍ରମ୍ ଏବଂ ରୋବର୍ଟ ୱିଲସନଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର

ପଲ୍ ମିଲଗ୍ରମ୍ ଏବଂ ରୋବର୍ଟ ୱିଲସନଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର

34

ନୂଆଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) : ଚଳିତ ବର୍ଷ ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ପଲ୍ ଆର ମିଲଗ୍ରୋମ୍ ଏବଂ ରୋବର୍ଟ ବି ୱିଲସନଙ୍କୁ ଦିଆଯିବ। ସୋମବାର ନୋବେଲ ପୁରସ୍କାର କମିଟି ଚଳିତ ବର୍ଷର ଷଷ୍ଠ ତଥା ଅନ୍ତିମ ପୁରସ୍କାର ବିଜେତା ଘୋଷଣା କରିଛି।

ଅକ୍ସନ ଥିଓରୀ (ନିଲାମ ସିଦ୍ଧାନ୍ତ) ର ଉନ୍ନତି ଏବଂ ନିଲାମର ନୂତନ ପଦ୍ଧତି ଉଦ୍ଭାବନ ପାଇଁ ମିଲଗ୍ରୋମ ଏବଂ ୱିଲସନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

ନୋବେଲ ଶାନ୍ତି ପୁରସ୍କାର

ଏହାପୂର୍ବରୁ ନରୱେ ନୋବେଲ କମିଟି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) କୁ ୨୦୨୦ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଥିଲା। ଏହି ସଂଗଠନ ୧୯୬୧ ମସିହାରୁ ସାରା ବିଶ୍ୱରେ କ୍ଷୁଧା ବିରୋଧରେ ଲଢ଼େଇ କରୁଛି। ଏହା ନିଶ୍ଚିତ କରେ ଯେ, ଖାଦ୍ୟ ନିରାପତ୍ତା ମାଧ୍ୟମରେ ଦେଶର ଜନସଂଖ୍ୟାକୁ ମୌଳିକ ଶକ୍ତି ଦିଆଯାଇପାରିବ। ନୋବେଲ ପୁରସ୍କାର ଅଧୀନରେ ଏକ ସ୍ୱର୍ଣ୍ଣ ପଦକ, ଏକ କୋଟି ସ୍ୱିଡେନ କ୍ରୋନା (ପ୍ରାୟ ୮.୨୭ କୋଟି) ପ୍ରଦାନ କରାଯାଇଛି। ସ୍ୱିଡେନ କ୍ରୋନା ହେଉଛି ସ୍ୱିଡେନର ମୁଦ୍ରା। ସ୍ୱିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହାପୂର୍ବରୁ ରସାୟନ ବିଜ୍ଞାନ ଏବଂ ପଦାର୍ଥ ବିଜ୍ଞାନ ସହିତ ଅନେକ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି।

ସାହିତ୍ୟ ପାଇଁ ନୋବେଲ ପୁରସ୍କାର

୨୦୨୦ ବର୍ଷ ପାଇଁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଗୁରୁବାର ଘୋଷଣା କରାଯାଇଥିଲା। ଆମେରିକାର କବି ଲୁଇସ୍ ଗୁଲ୍କଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.