Home ଓଡ଼ିଶା ପୁଣି ପୁରୁଣା ବଜାର ଅଞ୍ଚଳରେ ବ୍ରାଉନସୁଗାର ଜବତ, ଯୁବକ ଗିରଫ

ପୁଣି ପୁରୁଣା ବଜାର ଅଞ୍ଚଳରେ ବ୍ରାଉନସୁଗାର ଜବତ, ଯୁବକ ଗିରଫ

59

ଭଦ୍ରକ ୧୨-୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) ପୁରୁଣାବଜ଼ାର ଅଞ୍ଚଳରେ ଏବେ କାୟା ବିସ୍ତାର କରିଛି ନକଲି ଜର୍ଦ୍ଦା, ଦେଶୀମଦ ଏବଂ ବ୍ରାଉନସୁଗାର। ଆଜି ପୁରୁଣା ବଜାର ଅଞ୍ଚଳରୁ ପୁଲିସ ପୁଣି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁରୁଣାବଜାର ଥାନା ବାଙ୍କାବଜାର ଅଞ୍ଚଳରେ ସେକ ଯାହିଦ ନାମକ ଜଣେ ଯୁବକ ବ୍ରାଉନସୁଗାର ବେପାର କରୁଥିବା ବେଳେ, ପୋଲିସ ଘଟଣାସ୍ଥଳରୁ ତାକୁ ଗିରଫ କରିବା ସହ, ତା ପାଖରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ପୋଲିସ ଜବତ କରିଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ୍ ୬୦ ହଜାର ଟଙ୍କା ହେବ ବୋଲି ଏସ୍ ଡି ପି ଓ ସୁନୀଲ ରାୟ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.