Home ଓଡ଼ିଶା ହାତୀ ଆକ୍ରମଣ, ୨ ଗୁରୁତର

ହାତୀ ଆକ୍ରମଣ, ୨ ଗୁରୁତର

317

ସୁନ୍ଦରଗଡ଼,୨୫/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଥମୁନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର। ସୁନ୍ଦରଗଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କଟଙ୍ଗିଡିହି ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀଟି ଗାଁରେ ପଶି ଘର ଭାଙ୍ଗିବା ସହ ୩ ଜଣଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.