Home ଆନ୍ତର୍ଜାତୀୟ ବାଉଳା ହେଲାଣି ପାକିସ୍ତାନ : ଭାରତରୁ ଡାକ ସେବା ବନ୍ଦ କଲା

ବାଉଳା ହେଲାଣି ପାକିସ୍ତାନ : ଭାରତରୁ ଡାକ ସେବା ବନ୍ଦ କଲା

691

ନୂଆ ଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) ପାକିସ୍ତାନ ତରଫରୁ କ୍ରମାଗତ ସିଜଫାୟାର ଉଲ୍ଲଙ୍ଘନ ପରେ ଏହାର ଜବାବରେ ଭାରତୀୟ ସେନା ରବିବାରଦିନ ପିଓକେରେ ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି।
ଏହା ପରେ ପାକିସ୍ତାନ ସୋମବାରଦିନଠାରୁ ଭାରତରୁ ଡାକ ସେବା ଉପରେ ରୋକ ଲଗାଇଦେଇଛି। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୋମବାରଦିନ ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି କି ପାକିସ୍ତାନ ଭାରତରୁ ଡାକ ମେଲ ସେବା ବନ୍ଦ କରିବା ଏକତରଫା ନିର୍ଣ୍ଣୟ ଅନ୍ତରାଷ୍ଟ୍ରୀୟ ନିୟମର ସିଧା ଉଲ୍ଲଙ୍ଘନ ଅଟେ। ସେ କହିଛନ୍ତି କି ପାକିସ୍ତାନ ଏହି ନିଷ୍ପତି ଭାରତକୁ ବିନା ନୋଟିସ ଦେଇ କରିଛି।

ସୂଚନାଯୋଗ୍ୟଯେ, ଭାରତୀୟ ସେନା ପ୍ରମୁଖ ଜେନରାଲ ବିପିନ ରାୱତ କହିଥିଲେ କି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଭାରତୀୟ ସେନା ଦ୍ଵାରା କରାଯାଇଥିବା ଜବାବୀ କାର୍ଯ୍ୟାନୁଷ୍ଠାନରେ ୬ ରୁ ୧୦ ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.