Home Top News ସିଏମଙ୍କ ସଂସଦୀୟ କ୍ଷେତ୍ରରେ ପାକିସ୍ତାନ ପତାକା! ସାଙ୍ଘାତିକ ..

ସିଏମଙ୍କ ସଂସଦୀୟ କ୍ଷେତ୍ରରେ ପାକିସ୍ତାନ ପତାକା! ସାଙ୍ଘାତିକ ..

120

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଆସିକା ସହର ସୁନାମ୍ବ ସାହି ନିକଟସ୍ଥ ଜାମିୟା ମସଜିଦରେ ପାକିସ୍ତାନ ପତାକା ଉଡ଼ିବା ଘଟଣାକୁ ନେଇ ତୀବ୍ର ପ୍ରରିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ଦୃଢ଼ ନିନ୍ଦା କରାଯିବା ସହିତ ଏପରି କାଣ୍ଡ ଭିଆଇଥିବା ଦୁର୍ବୁତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ତେବେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସଦୀୟ କ୍ଷେତ୍ରରେ ପାକିସ୍ତାନ ପତାକା ଉଡ଼ିବା ଓଡ଼ିଶା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଏବଂ ସାଙ୍ଘାତିକ ଘଟଣା ବୋଲି କହିଛି ଅଖିଳ ଭାରତୀୟ ହିନ୍ଦୁ ମହାସଭା। ଏପରି ଦେଶ ବିରୋଧୀ କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯାଇ ପାରିବନି ବୋଲି କହିବା ସହ ଏପରି କାଣ୍ଡ ଭିଆଇଥିବା ଦୁର୍ବୁତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ହିନ୍ଦୁ ମହାସଭା ଓଡ଼ିଶା। ସେହିପରି ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ଆସିକା ଥାନାରେ ଏକ ଏତଲା ଦିଆଯାଇଛି। ମସଜିଦ କର୍ମକର୍ତ୍ତା ଓ କମିଟିଙ୍କ ସହିତ ଆଲୋଚନା କରି ସ୍ପଷ୍ଟୀକରଣ ରଖିବାକୁ ଅନୁରୋଧ କରିଛି ଆସିକା ବିଜେପି।ପାକିସ୍ତାନ ଭଳି ବିରୋଧୀ ଦେଶର ପତକା କାହିଁକି ଉଡିଲା ଓ ଏହା ଆତଙ୍କବାଦୀ କାର୍ଯ୍ୟକଳାପ ଆଡକୁ ଇଙ୍ଗିତ କରୁଛି ବୋଲି ଦାବି କରିଛି ଆସିକା ବିଜେପି। ଏଭଳି ଦେଶ ବିରୋଧୀ କାର୍ଯ୍ୟକଳାପ ଯିଏ ବି କରିଛି ତଦନ୍ତ କରି ଦଣ୍ଡ ବିଧାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏହା ଜାତୀୟ ଏକତା ଓ ଐକ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସାଧାରଣରେ ଏପରି ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।

ମଇ ୧୨ ରୁ ଜୁନ୍ ୧୦ ସଂଘ ପ୍ରଶିକ୍ଷଣ ବର୍ଗ ..


-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.