Home ଓଡ଼ିଶା ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ୮୫ ହଜାରରୁ ଅଧିକ ଜଳଅମଳ ପ୍ରକଳ୍ପ ଏବଂ ୨.୬୩...

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ୮୫ ହଜାରରୁ ଅଧିକ ଜଳଅମଳ ପ୍ରକଳ୍ପ ଏବଂ ୨.୬୩ ଲକ୍ଷରୁ ଊର୍ଦ୍ଧ୍ଵ ଗ୍ରାମୀଣ ଆବାସ ନିର୍ମାଣ ହୋଇଛି

129

ଏହି ଅଭିଯାନ ଆରମ୍ଭ ହେବାର ୯ ସପ୍ତାହ ମଧ୍ୟରେ ୨୪ କୋଟି ଶ୍ରମ ଦିବସ ସୃଷ୍ଟି ହେବା ସହିତ ଏ ବାବଦରେ ୧୮, ୮୬୨ କୋଟି ଟଙ୍କା ବ୍ୟୟ କରାଯାଇଛି

ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) କରୋନ ମହାମାରୀ ବ୍ୟାପିବା ପରେ ଗାଁକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକ ଏବଂ ସ୍ଥାନୀୟ କର୍ମଜୀବୀଙ୍କୁ ଜୀବିକା ଊପାର୍ଜନ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇଦେବା ନିମନ୍ତେ ଗରିବ କଲ୍ୟାଣ ରୋଜଗାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଭଳି ଅଧିକ ଶ୍ରମିକ ବହୁଳ ଏବଂ ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ବେଶ୍‌ଦ୍ରୁତଗତିରେ ଆଗେଇ ଚାଲିଛି। ଏସବୁ ରାଜ୍ୟର ମୋଟ ୧୧୬ଟି ଜିଲ୍ଲାରେ ଏହା ସଫଳତାର ସହ କାର୍ଯ୍ୟକାରୀ ହେବା ସହିତ ଗ୍ରାମବାସୀମାନଙ୍କୁ ରୋଜଗାର ଯୋଗାଇ ସଶକ୍ତ କରୁଛି।

ଏହି ଯୋଜନା କାର୍ଯ୍ୟକାରୀ ହେବାର ୯ମ ସପ୍ତାହ ସୁଦ୍ଧା ୨୪ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଇଛି। ଏ ପର୍ଯ୍ୟନ୍ତ ଏହି ଯୋଜନାରେ ବିଭିନ୍ନ କାର୍ଯ୍ୟ ପାଇଁ ମୋଟ ୧୮, ୮୬୨ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏସବୁ ଜିଲ୍ଲାରେ ବହୁ ସଂଖ୍ୟକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏଥିମଧ୍ୟରେ ୮୫୭୮୬ଟି ଜଳଅମଳ ପ୍ରକଳ୍ପ, ୨, ୬୩, ୮୪୬ ଗ୍ରାମାଞ୍ଚଳ ଘର, ୧୯, ୩୯୭ ଗୁହାଳ, ୧୨, ୭୯୮ ଚାଷ ପୋଖରୀ ଏବଂ ୪, ୨୬୦ ଗୋଷ୍ଠୀ ଶୌଚାଳୟ ଅନ୍ତର୍ଭୁକ୍ତ। ଏହିସବୁ କାମ ମଧ୍ୟରୁ ୬୩୪୨ଟି ଜିଲ୍ଲା ଖଣିଜ ପାଣ୍ଠିଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହାଛଡା ଇତିମଧ୍ୟରେ ୧୦୦୨ଟି ଗ୍ରାମ ପଞ୍ଚାୟତକୁ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯାଇଛି। ୧୩୦୨୨ଟି କଠିନ ଓ ତରଳ ବର୍ଜ୍ୟ ପରିଚାଳନା କାମ ଏହି ଯୋଜନାରେ ଆରମ୍ଭ କରାଯାଇଛି। ଏହାଛଡା ୩୧, ୬୫୮ ଜଣଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି।

ଏହି ଅଭିଯାନର ସଫଳତା ପଛରେ କେନ୍ଦ୍ରର ୧୨ଟି ମନ୍ତ୍ରଣାଳୟ ଓ ବିଭାଗ ତଥା ସଂପୃକ୍ତ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ରହିଛି। ଏହି ସହଯୋଗ ଫଳରେ ସଂପୃକ୍ତ ଘର ଫେରନ୍ତା ପ୍ରବାସୀ ଶ୍ରମିକ ଓ ଗ୍ରାମୀଣ ସମୁଦାୟ ଅଧିକ ସୁବିଧା ସୁଯୋଗ ପାଉଛନ୍ତି। ଯେଉଁ ଶ୍ରମିକମାନେ ଗାଁରେ ରହି କାମ କରିବାକୁ ଆଗ୍ରହୀ ସେମାନଙ୍କ ପାଇଁ ଏଭଳି ରୋଜଗାର ସୁବିଧା ଅଧିକ ଦିନ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.