Home ଓଡ଼ିଶା ୬ ମାସ ପୂର୍ବରୁ କୁକୁର ଆକ୍ରମଣରେ ଶିକାର ହୋଇ ଆହାତ ହୋଇଥିବା ୪ ବର୍ଷ ବାଳକଙ୍କ...

୬ ମାସ ପୂର୍ବରୁ କୁକୁର ଆକ୍ରମଣରେ ଶିକାର ହୋଇ ଆହାତ ହୋଇଥିବା ୪ ବର୍ଷ ବାଳକଙ୍କ ମୃତ୍ୟୁ

555

ହରିଚନ୍ଦନପୁର, ତା ୧୫ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋରଡିଆମ୍ବ ଗ୍ରାମ ନିକଟସ୍ଥ କରଡାପାଳରେ କୁକୁର ଆକ୍ରମଣର ଶିକାର ହୋଇ ବାଳକର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ କରଡାପାଳ ଗ୍ରାମର ଦାରାସିଂ ମୁଣ୍ଡାଙ୍କ ୪ବର୍ଷର ପୁଅ ସୁଭମସିଂ ମୁଣ୍ଡା ଭଗାମୁଣ୍ଡା ଗ୍ରାମର ଏକ ବେସରକାରୀ ବିଦ୍ୟାଳୟରେ ପାଠାୟନ କରୁଥିଲେ । ସେଠାରୁ ଆଜକୁ ୬ମାସ ପୂର୍ବେ ଛୁଟିରେ ଘରକୁ ଯାଇଥିବା ସମୟରେ ଏକ ଦେଶୀ କୁକୁରର ଆକ୍ରମଣରେ ଶିକାର ହୋଇ ଆହାତ ହୋଇଥିଲେ । ଆହାତ ହେବା ଘଟଣା ଜାଣିବା ପରେ ପରିବାର ଲୋକ ସରକାରୀ ଚିକିତ୍ସାଳୟକୁ ନନେଇ ଘରୋଇ ଚିକିତ୍ସା ଦ୍ଵାରା ସୁସ୍ଥ ହେବା ଅନ୍ଧ ବିଶ୍ବାସ ରଖି ଚିକିତ୍ସା କରାଇଥିଲେ । ପରେ ସୁଭମସିଂର ସ୍ବାସ୍ଥ୍ୟ ଅବସ୍ଥା ସୁସ୍ଥ ହେବା ଜାଣିବା ପରେ ପୁଣି ପାଠାୟନ ପାଇଁ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ଛାଡି ଦେଇଥିଲେ । ବିଦ୍ୟାଳୟରେ ରହିବା ପରେ ଗତ ଗୁରୁବାର ଦିନ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବିଦ୍ୟାଳୟ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ପରିବାର ଲୋକେ ସୁଭମସିଂଙ୍କୁ ବିଦ୍ୟାଳୟରୁ ଘରକୁ ନେଇଯାଇଥିଲେ । ରବିବାର ଦିନ ସୁଭମସିଂଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆଣି ସଂଧ୍ୟା ୫ଘଟିକା ସମୟରେ ହରିଚନ୍ଦନପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନାନ୍ତର ହେବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ୧୦୮ ଆମ୍ବୁଲାନ୍ସ ଆସିବାରେ ଏକ ଘଣ୍ଟାରୁ ଅଧିକ ବିଳମ୍ବ ହେବା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ର ପରିସରେ ମଧ୍ୟରେ ବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.