Home କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା ବେଳେ କାଠ ଜବତ କରି...

ଅଟେଇ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା ବେଳେ କାଠ ଜବତ କରି ଜଣେ ମାଫିଆକୁ ଅଟକ ରଖିଲେ ବନ ସୁରକ୍ଷା କମିଟି ଅନ୍ୟ ଦୁଇ ମାଫିଆ ଫେରାର

235

ପାଟଣା ୧୪-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କାଳିଘାଇ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବିଲମ୍ବିତ ରାତିରେ ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା ବେଳେ କାଳିଘାଇ ବନ ସୁରକ୍ଷା କମିଟି ପକ୍ଷରୁ କାଠ ଜବତ କରାଯାଇଛି। ଏଥି ସହିତ ଜଣେ କାଠ ମାଫିଆ କୁ ଅଟକ ରଖିଛନ୍ତି ଲୋକେ ଅନ୍ୟ ଦୁଇ ଜଣ କାଠ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି କାଠ କୁ ଜବତ କରିବା ସହିତ କାଠ ମାଫିଆ କୁ ଅଟକ ରଖି ତଦନ୍ତ ଚଳାଇଛି। ଲକ ଡାଉନ ସମୟ ରେ ପାଟଣା ରେଞ୍ଜ ରେ କାଠ ମାଫିଆ ସକ୍ରିୟ ଥିବା ବେଳେ ବନ ସୁରକ୍ଷା କମିଟି ଙ୍କ ଉଦ୍ୟମ ରେ ୨୫ ରୁ ଉର୍ଦ୍ଧ କଟା ଯାଇଥିବା ଶାଗୁଆନ ଗଛ କୁ ଜବତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.