Home ଓଡ଼ିଶା ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍  ଖୁଣ୍ଟ

ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ୍  ଖୁଣ୍ଟ

131

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୬-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ର ପଂଚୁଦୋଳ ପଡିଆରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ବିପଦ ଶଙ୍କୁଳ ଅବସ୍ଥାରେ ରହିଅଛି । ଗତ ଫନି ବାତ୍ୟାଠାରୁ ଏହି ଖୁଣ୍ଟ ଅର୍ଦ୍ଧ ବକ୍ର ଅବସ୍ଥାରେ ରହିଥିବା ବେଳେ ବିଦ୍ୟୁତ୍ ସରବରାହ ଚାଲୁ ରହିଛି । ଏହି ବିଦ୍ୟୁତ ଖୁଣ୍ଟରୁ ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ, ସବ୍ ରେଜିଷ୍ଟର ଅଫିସ୍ କୁ ବିଦ୍ୟୁତ ସଂଯୋଗ ହୋଇଅଛି । ଏହି ନିକଟରେ ବାଲୁଙ୍କେଶ୍ୱର ମନ୍ଦିର, ରଘୁନାଥ ମନ୍ଦିର ଓ ବହୁ ଦୋକାନ ରହିଅଛି ।

ଯାହା ଫଳରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକ ଏହି ବିଦ୍ୟୁତ୍ ଖୁଣ୍ଟ ତଳ ଦେଇ ଯାତଆତ କରିଥାନ୍ତି । ଖୁଣ୍ଟ ମରାମତି ନ ହେଲେ ଧନ ଜୀବ ହାନିର ଆଶଙ୍କା ରହିଅଛି । ଏ ସମ୍ପର୍କେ ରଣପୁର ସେସୁ କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ସେନାପତିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଏହି ଖୁଣ୍ଟକାର୍ଯ୍ୟ ଫେଡକୋ ବିଭାଗର ଦାୟିତ୍ୱ । ସେ ଏହାକୁ ପୁନଃ ବସାଇବା କଥା । କିନ୍ତୁ ବିଦ୍ୟୁତ୍ ବିଭାଗ ଟାଟା ପାୱାର ହାତକୁ ନେଇଥିବାରୁ ଏହି ବିପଦ ଶଙ୍କୁଳ ଖୁଣ୍ଟ କିଏ ହଟାଇବ ତାହା ନେଇ ସନ୍ଦେହ ପ୍ରକଟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.