Home Top News ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ: ୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ: ୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

58

ଭୁବନେଶ୍ୱର ୧୭ ଜୁଲାଇ (ଓଡ଼ିଆ ପୁଅ) ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।
– କ୍ୟାବିନେଟ୍ ବୈଠକରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପ ଶେଷ ପାଇଁ ୨୪ମାସର ସମୟସୀମା ନିର୍ଦ୍ଧାରଣ ହୋଇଥିବା ବେଳେ ୧୦ଟି ବ୍ଲକର ୬ଲକ୍ଷରୁ ଅଧିକ ଲୋକ ଏହା ଦ୍ୱାରା ଉପକୃତ ହେବେ।
– ଭୁବନେଶ୍ବର CET କଲେଜକୁ ମିଳିବ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା। OUTR ଢାଞ୍ଚାରେ ଏକକ ବିଶ୍ବବିଦ୍ୟାଳୟ ହେବ CET କଲେଜ।
–  OSWAN ଓଡ଼ିଶା ଟେଷ୍ଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପକୁ କ୍ୟାବିନଟର ଅନୁମୋଦନ। IT ଭିତ୍ତିଭୂମି ବଢ଼ାଇବ OSWAN, ଖର୍ଚ୍ଚ ହେବ ୩୩୨ କୋଟି ଟଙ୍କା। ୩ ଜିଲ୍ଲା ପାଇଁ ବୃହତ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରି।
– ଗ୍ରାମାଞ୍ଚଳର ଲୋକଙ୍କୁ ପାନୀୟଜଳ ଯୋଗାଇବାକୁ ଗୁରୁତ୍ୱ ଦେଇ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ କଟକ ଜିଲ୍ଲା ପାଇଁ ବୃହତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ୨.୫୦ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ। ଏଥିପାଇଁ ₹୨୭୫.୩୯ କୋଟିରୁ ଅଧିକ ଖର୍ଚ୍ଚ କରାଯିବ।
– ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପ ଶେଷ ପାଇଁ ୨୪ମାସର ସମୟସୀମା ନିର୍ଦ୍ଧାରଣ ହୋଇଥିବା ବେଳେ ୧୦ଟି ବ୍ଲକର ୬ଲକ୍ଷରୁ ଅଧିକ ଲୋକ ଏହା ଦ୍ୱାରା ଉପକୃତ ହେବେ।
– ପୁରୀରେ ABADHA ଯୋଜନା ଅନ୍ତର୍ଗତ ପ୍ରକଳ୍ପ ଏବଂ ଐତିହ୍ୟ ସହରଗୁଡିକର ସ୍ଥାୟୀ ବିକାଶକୁ ସମର୍ଥନ କରୁଥିବା ପ୍ରକଳ୍ପଗୁଡ଼ିକୁ କ୍ୟାବିନେଟ ମଞ୍ଜୁରୀ
– ସଂରକ୍ଷିତ ଖଣ୍ଡାଲାଇଟ୍ ଖଣିରୁ ରୟାଲଟି ଏବଂ ଅନ୍ୟାନ୍ୟ ଆଇନଗତ ଦେୟ ଛାଡକୁ କ୍ୟାବିନେଟ ଅନୁମୋଦନ।
– ଆନ୍ତଃ ରାଜ୍ୟ ଯୋଗାଯୋଗକୁ ଉନ୍ନତ କରିବାକୁ, ରାଜ୍ୟ କ୍ୟାବିନେଟ୍ ୨୩ କିଲୋମିଟର ଦୀର୍ଘ ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାକୁ ୨-ଲେନିଂକୁ ଅନୁମୋଦନ କରିଛି।

– କେନ୍ଦୁଝର, ସୁନ୍ଦରଗଡ଼ ଓ କଟକରେ ହେବ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ। ୨ ଲେନ୍ ରାସ୍ତାରେ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା।

– OMBADC ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ବୃହତ ଗ୍ରାମୀୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ। ଜିଲ୍ଲାର ୪ଟି ବ୍ଲକରେ ୪୯ଟି ପଞ୍ଚାୟତରେ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ।
– କଟକ ପାଇଁ JJM ଯୋନାରେ ବୃହତ ଗ୍ରାମୀୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ କଟକର ୪ଟି ବ୍ଲକର ୨୬୨ ଗାଁକୁ ଜଳ ଯୋଗାଣ ପାଇଁ ନିଷ୍ପତ୍ତି।

– ବିଭିନ୍ନ ପ୍ରକାର କିସମ ଜମିର ସହଜ ହସ୍ତାନ୍ତରଣ ପାଇଁ ଓଡ଼ିଶା ସରକାର ଜମିଜମା ସମାଧାନ ଅଧିନିୟମ-୧୯୬୨ର ସଂଶୋଧନକୁ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଗଞ୍ଜାମ, ଗଜପତି, କଳାହାଣ୍ଡି ତଥା ଅନ୍ୟ ଅଞ୍ଚଳରେ ଥିବା ଲକ୍ଷାଧିକ ଜମିଜମା ସମସ୍ୟାର ସହଜ ସମାଧାନ ହେବ।

– ଯୋଡ଼ା ଓ ଚମ୍ପୁଆ ସହରବାସୀଙ୍କ ପ୍ରତି ଘରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଟେଣ୍ଡର୍ ଅନୁମୋଦନ କରିଛନ୍ତି। ଅଗଷ୍ଟ ୨୦୨୩ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ୧୦୩.୮୫୫ କୋଟି ଟଙ୍କା ଖର୍ଚ୍ଚ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.