Home Top News କେବେ ଖୋଲିବ ସ୍କୁଲ? ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ଜୁଲାଇ ୨୬ ତାରିଖରୁ, ନବମ...

କେବେ ଖୋଲିବ ସ୍କୁଲ? ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ଜୁଲାଇ ୨୬ ତାରିଖରୁ, ନବମ ଏବଂ ଏକାଦଶ ଏହି ଦିନରୁ

169

ଭୁବନେଶ୍ୱର ୧୭/୭ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀମାନଙ୍କ ସ୍ଵାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ କୋଭିଡ୍ ମହାମାରୀ ପରିସ୍ଥିତିରେ ସମସ୍ତ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଧୀରେ ଧୀରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏବେ ସୁଦ୍ଧା ୨୦ ଟି ଜିଲ୍ଲା “A Category”ଏବଂ ୧୦ଟି ଜିଲ୍ଲା “B Category” ରେ ରହିଛି। ଏହା ସହିତ ବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ସ୍ଵରୂପ ଅନ୍‌ଲାଇନ୍ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା। ଓଡ଼ିଶାର ସମସ୍ତ ଅଞ୍ଚଳରେ ଏହି ଅଇନ୍ ବ୍ୟବସ୍ଥା ପହଞ୍ଚିବା ପାଇଁ ଅସୁବିଧା ହେଉଥିବାରୁ ବର୍ତ୍ତମାନ ଶିକ୍ଷାଦାନ ନିମନ୍ତେ ରାଜ୍ୟସରକାର ବିଦ୍ୟାଳୟ ଖୋଲିବା ପାଇଁ ନିମ୍ନଲିଖିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି।

୧. ଓଡ଼ିଶାର ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ସର୍ବଭାରତୀୟ ପରୀକ୍ଷା। ଯଥା :- JEE, NEET / CLAT ଓ ଅନ୍ୟାନ୍ୟ ପରୀକ୍ଷା ପ୍ରସ୍ତୁତି ପାଇଁ ଅସୁବିଧା ଅନୁଭବ କରୁଛନ୍ତି। ସେହିପରି ଦଶମ ଓ ଦ୍ଵାଦଶର ବୋର୍ଡ ପରୀକ୍ଷା ପାଇଁ ପାଠପଢ଼ାର ଆବଶ୍ୟକତା ରହିଛି। ଆମେ ଅନଲାଇନ୍ ପାଠପଢ଼ା ମାଧ୍ୟମରେ ୪୦% ପିଲାଙ୍କ ପାଖରେ ପହଞ୍ଚି ପାରୁଛୁ କିନ୍ତୁ ଆହୁରି ୬୦% ପିଲାଙ୍କ ପାଖରେ ପହଞ୍ଚିବା କଷ୍ଟ ସାଧ୍ୟ ହେଉଛି। ଗତବର୍ଷ ଏହି ପିଲାମାନେ ୧୫୦ ଦିନ ଶିକ୍ଷାଦାନ ଦିବସ ହରାଇ ସାରିଛନ୍ତି। ବିଭିନ୍ନ ବିଷୟରେ ଥିବା ସଂଯୋଗଧାରଣା (Link concept)କୁ ବୁଝିବା ପାଇଁ ବିଦ୍ୟାଳୟରେ ପାଠପଢ଼ା ଚାଲୁରଖିବା ଅପରିହାର୍ଯ୍ୟ ହୋଇଯାଇଛି। ପିଲାମାନେ ହ୍ରାସ କରାଯାଇଥିବା ୭୦% Syllabus ପଢ଼ି ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ହେବେ। ଏହାକୁ ଆଖିଆଗରେ ରଖି ସରକାର ଦଶମ ଓ ଦ୍ଵାଦଶ ଶ୍ରେଣୀକୁ ଖୋଲିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି। କେବଳ ଦଶମ ଓ ଦ୍ଵାଦଶ ଶ୍ରେଣୀକୁ ଜୁଲାଇ ୨୬ ତାରିଖଠାରୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଉଅଛି। ଏହା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟମାନଙ୍କ ପ୍ରତି ପ୍ରଯୁଜ୍ୟ ହେବ। ଏହି ଦିଗରେ ବିସ୍ତୃତ ମାର୍ଗଦର୍ଶିକା କୋଭିଡ଼ ନିୟମ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜାରୀ କରାଯାଇଅଛି। ଏହା ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାଅନୁଷ୍ଠାନ ପାଇଁ ଲାଗୁହେବ।

୨. ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଟୀକା ପ୍ରଦାନ କରିବା, ବିଦ୍ୟାଳୟରେ Thermal Scanning କରିବା Mask, Hand Sanitizer ବ୍ୟବହାର କରିବା, ବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନ କରିବା ଓ ସର୍ବୋପରି COVID Guideline ଅନୁପାଳନ କରିବା ପାଇଁ ସରକାର ଚେଷ୍ଟିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଯେଉଁଠାରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ହୋଇଛି, ସେହି ସବୁ ବିଦ୍ୟାଳୟ ପରୀକ୍ଷା ପରେ ଖୋଲିବ।

୩. ଅନ୍ୟ ସବୁ ଶ୍ରେଣୀର ଶିକ୍ଷାଦାନ ଅନଲାଇନରେ ପୂର୍ବପରି ଚାଲୁରହିବ। ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କର ଉପସ୍ଥାନ ଇଚ୍ଛାଧନ। ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭର କରେ।

୪. ବିଦ୍ୟାଳୟଗୁଡ଼ିକ ସକାଳ ୧୦.୦୦ ରୁ ଖୋଲି ଅପରାହ୍ନ ୧.୩୦ ରେ ବନ୍ଦ ହେବ।
୫. ସେହିପରି ନବମ ଶ୍ରେଣୀର ଶିକ୍ଷାଦାନ ଅଗଷ୍ଟ ୧୬ ତାରିଖରୁ ଓ ଏକାଦଶ ଶ୍ରେଣୀର ଶିକ୍ଷାଦାନ ସେପ୍ଟେମ୍ବର ୧୫ ତାରିଖ ପରେ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ଆପତତଃ ନିଷ୍ପତ୍ତି ନେଇଛନ୍ତି।
୬. ବିଦ୍ୟାଳୟ ଖୋଲିବାର ଗୋଟିଏ ସପ୍ତାହ ପୂର୍ବରୁ ବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନ କରାଯିବ ଏବଂ ପିଲାମାନଙ୍କର ବସିବା ପାଇଁ କୋଭିଡ଼ ନିର୍ଦ୍ଦେଶାବଳୀ ଅନୁସାରେ ନିଦ୍ଦିଷ୍ଟ ସ୍ଥାନ ନିରୂପଣ କରାଯିବ। ଏହି ଦିଗରେ ସମସ୍ତ ଜିଲ୍ଲା ଶିକ୍ଷା ଅଧୁକାରୀ ମାନଙ୍କୁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଉଛି।
୭. ଯଦି କୋଭିଡ଼ କଟକଣା ବା ଅନ୍ୟ କୌଣସି କାରଣରୁ ବିଦ୍ୟାଳୟ ବନ୍ଦ ହେବ, ତେବେ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ନବମ ଓ ଦଶମ ଶ୍ରେଣୀ ପାଇଁ ନିମ୍ନମତେ ପରୀକ୍ଷା କରାଯିବ।
– ଶିକ୍ଷାବର୍ଷ ଜୁଲାଇ ୨୦୨ ୧ରୁ ଆରମ୍ଭ ହୋଇ ଏପ୍ରିଲ ୨୦୨୨ ରେ ଶେଷ ହେବ।
– ଏହି ସମୟରେ ୪ଟି Formative Assessment ଓ ୨ଟି Summative Assessment ହେବ।
– ପ୍ରଥମ ଥର ପାଇଁ କୋଭିଡ଼ କଟକଣାକୁ ଆଖିଆଗରେ ରଖି ନିରନ୍ତର ଓ ବ୍ୟାପକ

ମୂଲ୍ୟାୟନର (CCE- Continuous and Comprehensive Evaluation- ) ବ୍ୟବସ୍ଥା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ନବମ ଓ ଦଶମ ଶ୍ରେଣୀ ପାଇଁ ନିଆଯାଉଅଛି। ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହାକୁ ଗୁରୁତ୍ଵର ସହିତ ନେବାପାଇଁ ଅନୁରୋଧ କରାଯାଉଅଛି। କୋଭିଡ଼ ପରିସ୍ଥିତିକୁ ଅନୁଧ୍ୟାନ କରି ମାଟ୍ରିକ ପରୀକ୍ଷା ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ଆଗାମୀ ଦିନରେ ନିଆଯିବ।

– ୪ଟି Formative Assessment ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁୟାରୀ ଦ୍ବିତୀୟ ସପ୍ତାହ ଓ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ହେବ। ଏହି ପରୀକ୍ଷା ଶ୍ରେଣୀ ଶିକ୍ଷକ ବା ବିଷୟ ଶିକ୍ଷକଙ୍କ ଦ୍ବାରା ବିଦ୍ୟାଳୟ ସ୍ତରରେ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ନବମ ଓ ଦଶମ ଶ୍ରେଣୀ ପାଇଁ ଏହି ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରିଗୁଳନା କରାଯିବ ଏବଂ ଏହି ଦିଗରେ ବିସ୍ତୃତ ମାର୍ଗଦର୍ଶିକା ମାଧମିକ ଶିକ୍ଷା ପରିଷଦ ତରଫରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅବଗତି ନିମନ୍ତେ ଜାରୀ କରାଯାଉଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.