Home ଓଡ଼ିଶା ଓଡ଼ିଶା ବିଜେପିର ନବକଳେବର: ୫ ମହିଳା ଉପାଧ୍ୟକ୍ଷା; ସ୍ମୃତି ମହିଳା ମୋର୍ଚ୍ଚା ସଭାନେତ୍ରୀ; ଇରାଶିଷ ଯୁବମୋର୍ଚ୍ଚା...

ଓଡ଼ିଶା ବିଜେପିର ନବକଳେବର: ୫ ମହିଳା ଉପାଧ୍ୟକ୍ଷା; ସ୍ମୃତି ମହିଳା ମୋର୍ଚ୍ଚା ସଭାନେତ୍ରୀ; ଇରାଶିଷ ଯୁବମୋର୍ଚ୍ଚା ସଭାପତି

464

ଭୁବନେଶ୍ୱର: ଓଡ଼ିଶା ବିଜେପିର ନବକଳେବର ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଭାପତି ଓଡ଼ିଶା ବିଜେପିର ନବ ନିଯୁକ୍ତ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି। ଯେଉଁଥିରେ ୧୦ ଜଣ ଉପସଭାପତି, ସଙ୍ଗଠନ ସମ୍ପାଦକକୁ ମିଶାଇ ୫ ଜଣ ସାଧାରଣ ସମ୍ପାଦକ ଏବଂ ୯ ଜଣ ସମ୍ପାଦକ ରହିଛନ୍ତି। ଏହାସହ ୧୬୧ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ୩୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ୭୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଦଳ ୧୦ ଜଣଙ୍କୁ ରାଜ୍ୟ ପ୍ରବକ୍ତା ଭାବରେ ଦାୟିତ୍ୱ ଦେଇଛି।

ସଭାପତି –
ସମୀର ମହାନ୍ତି

ଉପସଭାପତି –
ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝି, ଭାସ୍କର ମଧେଇ, ନାଉରି ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶି ଓରାମ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା ଏବଂ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ।

ସାଧାରଣ ସମ୍ପାଦକ –
ରବି ନାୟକ, ପୃଥ୍ଵୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର।

ସଙ୍ଗଠନ ସମ୍ପାଦକ –
ମାନସ କୁମାର ମହାନ୍ତି

ସମ୍ପାଦକ –
କାଳନ୍ଦି ସାମଲ, ଟଙ୍କଧର ତ୍ରିପାଠୀ, ଅମର ନାୟକ, ଅଭିମନ୍ୟୁ ସେଠୀ, ନବୀନ ରାମ, ସୀମାଞ୍ଚଳ ଖଟେଲ, ପିଙ୍କି ପ୍ରଧାନ, ସିପ୍ରା ବାଜପେୟୀ ଏବଂ ସର୍ମିଷ୍ଠା ମେହେର।

ସେହିପରି ବିଭିନ୍ନ ମୋର୍ଚ୍ଚା ଦାୟିତ୍ୱ ଭିତରେ –

ମହିଳା ମୋର୍ଚ୍ଚା ସଭାନେତ୍ରୀ –
ସ୍ମୃତି ପଟ୍ଟନାୟକ

ଯୁବମୋର୍ଚ୍ଚା ସଭାପତି –
ଇରାଶିଷ ଆଚାର୍ଯ୍ୟ

କୃଷକ ମୋର୍ଚ୍ଚା ସଭାପତି –
ପ୍ରଦୀପ ପୁରୋହିତ

ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି –
ବିଶ୍ବେଶ୍ବର ଟୁଡୁ

ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି –
ବିଭୁ ପ୍ରସାଦ ତରାଇ

ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି –
ସିକନ୍ଦର ଅଲ୍ଲୀ

କୋଷାଧ୍ୟକ୍ଷ –
ସୁଦର୍ଶନ ଗୋୟଲ

କାର୍ଯ୍ୟାଳୟ ସମ୍ପାଦକ –
ଦେବେନ୍ଦ୍ର ନନ୍ଦ

ଦଳ ୧୦ ଜଣଙ୍କୁ ରାଜ୍ୟ ପ୍ରବକ୍ତା ଭାବରେ ଦାୟିତ୍ୱ ଦେଇଛି। ସେମାନେ ହେଲେ –

ରାଜ୍ୟ ପ୍ରବକ୍ତା –
ସୁଦିପ୍ତ ରାୟ, ପିତାମ୍ବର ଆଚାର୍ଯ୍ୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଧିରେନ ସେନାପତି, ସୋନାଲି ସାହୁ, ଠାକୁର ରଞ୍ଜିତ ଦାସ ଏବଂ ଉମାକାନ୍ତ ପଟ୍ଟନାୟକ। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.