Home କନ୍ଧମାଳ ବିଜେପି ତରଫରୁ ସଫେଇ କର୍ମଚାରୀ ଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ

ବିଜେପି ତରଫରୁ ସଫେଇ କର୍ମଚାରୀ ଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ

82

ବାଲିଗୁଡା, ୧୦/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଓଡିଶାର କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କୋଭିଡ-୧୯ ର ମୁକାବିଲା ପାଇଁ ଡ଼କ୍ଟର, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ସଫେଇ କର୍ମୀ ମାନେ ଲୋକଙ୍କ ପାଇଁ ଦିନରାତି କାମ କରୁଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ବାଲିଗୁଡା ବିଜେପି ପକ୍ଷରୁ ଏକ ଅଭିନଵ ପ୍ରୟାସ କରାଯାଇଥିଲା। ଭାଜପାର କନ୍ଧମାଳ ଜ଼ିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଦିବାକର ସାହୁ, ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ପୂର୍ଵତନ ସଭାପତି ସୁରେନ୍ଦ୍ର କୁମାର ପାତ୍ର, ଓ ଜ଼ିଲ୍ଲା ଯୁବମୋର୍ଚା ସମ୍ପାଦକ ଅଭୟ କୁମାର ପାତ୍ର ପ୍ରମୁଖ ଙ୍କ ଉପସ୍ଥିତିରେ ବାଲିଗୁଡା ଏନଏସି ରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀଙ୍କୁ କୋଭିଡ -୧୯ ସମ୍ମାନରେ ପ୍ରସଂଶା ପତ୍ର ସହ ଉପଢକୌନ ଦେଇ ସମ୍ମାନିତ କରାଯିବା ସହ ମାସ୍କ, ରାସନ ସାମଗ୍ରୀ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.