Home ଓଡ଼ିଶା ଯୋଡା ପୌରପାଳିକାରେ କରୋନା ସମ୍ପର୍କିତ ସଚେତନତା ବୈଠକ ଯୋଡାକୁ ଛୁଇଁନି କରୋନା, ଯୋଡା ବାସୀ ଓ...

ଯୋଡା ପୌରପାଳିକାରେ କରୋନା ସମ୍ପର୍କିତ ସଚେତନତା ବୈଠକ ଯୋଡାକୁ ଛୁଇଁନି କରୋନା, ଯୋଡା ବାସୀ ଓ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଲେ ଅଧିକାରୀ

70

ଯୋଡା, ୧୨ । ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଜ) ସମଗ୍ର ବିଶ୍ୱ କରୋନା ସଂକ୍ରମଣ ପ୍ରଭାବରେ ଭୟଭିତ ହୋଇ ପଡିଥିବା ବେଳେ ଆମ ଦେଶ ତଥା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡିନାହିଁ । ତେବେ ବାହାର ରାଜ୍ୟର ଭାରିଯାନ ଚଳ ପ୍ରଚଳ ତଥା ରାଜ୍ୟ ବାହାରର ଲୋକେ ବିଭିନ୍ନ ଖଣି, କାରଖାନା ଏବଂ ଠିକା ସଂସ୍ଥାରେ କାର୍ଯ୍ୟରତ ଥିବାରୁ କନ୍ଦୁଝର ଜିଲ୍ଲାରେ ଏହି କରୋନା ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି । ସମଗ୍ର ଜିଲ୍ଲାରେ ଏହି କରୋନା ଧିରେ ଧିରେ ତାର କାୟା ବିସ୍ତାର କରୁଥିବା ବେଳେ ଯୋଡା ପୌରପାଳିକା ଭଳି ଖଣି ପ୍ରବଣ ଏକ ଉପାନ୍ତ ଅଞ୍ଚଳରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣର କୌଣସି ସୂଚନା ମିଳିନାହିଁ । ଯେତେବେଳେକି ନିକଟସ୍ଥ ବଡବିଲ, ଚମ୍ପୁଆ, ଆନନ୍ଦପୁର ଓ କେନ୍ଦୁଝରରେ କରୋନା ରୋଗି ଚିହ୍ନନ କରାଯିବା ସହିତ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

 

ଶୁକ୍ରବାର ଯୋଡା ପୌରପାଳିକା ସଭା ଗୃହରେ ଆୟୋଜିତ ଏକ ବୈଠକରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଯୋଡା ବାସୀ ଏବଂ କରୋନା ସଂକ୍ରମଣର ସଚେତନତା ଏବଂ ସତର୍କତାରେ କ୍ଷେତ୍ରରେ କରୋନା ଯୋଦ୍ଧା ଭାବୋ କାର୍ଯ୍ୟରତ ସମସ୍ତ କର୍ମିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆୟୋଜିତ ଏହି ବୈଠକରେ ୧୪ଟି ୱାର୍ଡର ୱାର୍ଡ ଅଫିସର, ସ୍ୱଚ୍ଛ ସାଥି, ଅଙ୍ଗନୱାଡି କର୍ମି, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ଲମ ଡୁଏଲର କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏଥିରେ ଶ୍ରୀ ପାଟ୍ଟଯୋଶୀ କମିଟି ସଦସ୍ୟମାନଙ୍କୁ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପ୍ରତି ୱାର୍ଡରେ ବସବାସ କରୁଥିବା ପରିବାରର ସଦସ୍ୟମାନଙ୍କ ଜ୍ୱର, ଥଣ୍ଡା, କାଶ ଓ ଶ୍ୱାସକ୍ରିୟା ସମସ୍ୟା ସମ୍ବନ୍ଧୀୟ ବାରମ୍ବାର ଖବର ରଖିବା ସହ ସ୍ଥାନୀୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ୬୦ ବର୍ଷ ବୟସରୁ ରୁ ଉର୍ଦ୍ଧ ଏବଂ ୧୦ ବର୍ଷରୁ କମି ଶିଶୁ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କୁ ଘରୁ ବାହାରକୁ ନଆସିବା ପାଇଁ ସଚେତନତା ସୃଷ୍ଟି କରିବାକୁ କହିଥିଲେ । ୱାର୍ଡ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖି ନିର୍ବାହୀ ଅଧିକାରୀଙ୍କୁ ଜଣାଇବା ପାଇଁ ସେ ପରାମର୍ଶ ଦେଇଥିଲେ । ହୋମ କ୍ୱାରେଣ୍ଟାଇନରେ ରହିଥିବା ପ୍ରବାଶୀ ଫେରନ୍ତା ଯେପରି ବାହାରେ ନବୁଲନ୍ତି ତାହା ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା । ଫେସ ମାସ୍କ ବାଧ୍ୟତା ମୂଳକ ବ୍ୟବହାର କରିବା । ମହାମାରୀ ରୋଗ ଅଧି ନିୟମ ୧୮୯୭ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ପ୍ରଭୁତି କ୍ଷେତ୍ରରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.