Home ଗଞ୍ଜାମ କୋଦଳା ଏନଏସିରେ ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକା : ସୂଚନା ଫଳକ ନଥାଇ ନିର୍ମାଣ ହେଉଛି ଗୋଷ୍ଠୀ...

କୋଦଳା ଏନଏସିରେ ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକା : ସୂଚନା ଫଳକ ନଥାଇ ନିର୍ମାଣ ହେଉଛି ଗୋଷ୍ଠୀ ଶୌଚାଳୟ

191

କୋଦଳା ୧୩ ମଇ (ଓଡ଼ିଆ ପୁଅ) ସରକାରୀ ସ୍ତରରେ ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଥମେ କାର୍ଯ୍ୟର ନାମ, ଅଟକଳ ମୂଲ୍ଯ, କାର୍ଯ୍ୟ ଆରମ୍ଭ ତାରିଖ, କେଉଁ ଯୋଜନା, କେଉଁ ଆର୍ଥିକ ବର୍ଷ, ଠିକାଦାର କିଏ, କେଉଁ ଯନ୍ତ୍ରୀଙ୍କ ତତ୍ବାବଧାନରେ ଏହା ସମ୍ପାଦିତ ହେବ ଏ ସମସ୍ତ ସୂଚନା ଜନସାଧାରଣଙ୍କୁ ଉପଲବ୍ଧ କରାଇବା ପାଇଁ ସୂଚନା ଫଳକରେ ଉଲ୍ଲେଖ କରିବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଛି। ତେବେ ବିଭିନ୍ନ ସ୍ଥାନରେ ଏହି ନିୟମ ବ୍ଯତିକ୍ରମ ହେଉଥିବା ବେଳେ ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନ ମୂଳକ କାମରେ ସୂଚନା ଫଳକ ଦେଖିବାକୁ ମିଳୁନି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସୂଚନା ମିଳୁନଥିବାରୁ କାମର ଗୁଣବତ୍ତା ସମ୍ପର୍କରେ ଜାଣିବା କଷ୍ଟକର ହୋଇପଡୁଛି। କୋଦଳା ଏନ୍ ଏ ସି ଅନ୍ତର୍ଗତ ଦଣ୍ଡିଶ୍ୱର ମନ୍ଦିର ପଛପଟେ, ଗୌରାଦେଇପୁର ରାସ୍ତା ପାର୍ଶ୍ବ ସମେତ ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ଗୋଷ୍ଠୀ ଶୌଚାଳୟ ଗୁଡିକର କାମ ଅଧାରୁ ଅଧିକ ହେଲାଣି। ଅଥଚ ଏଯାବତ୍ ସୂଚନା ଫଳକ ଲଗା ଯାଇନଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଅନ୍ୟ ପକ୍ଷରେ କିଛି ରାସ୍ତା ଓ ଡ୍ରେନ୍ ନିର୍ମାଣ ମଧ୍ୟ ବିନା ସୂଚନା ଫଳକରେ ହୋଇ ଶେଷ ହୋଇଛି। ଏଥିରେ ଅନିୟମିତତା ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଏନେଇ ଏନ୍ଏସି ଯନ୍ତ୍ରୀ ଜିତେନ୍ଦ୍ର ବେହେରାଙ୍କୁ ପଚାରିବାରୁ ସୂଚନା ଫଳକ ପରେ କରାଯିବ ଏବଂ ଆଗୁଆ କରିବାକୁ ନିର୍ଦେଶ ନାହିଁ ବୋଲି କହିଛନ୍ତି। ଏନ୍ ଏ ସି କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀଙ୍କୁ ପଚାରିବାରୁ ସୂଚନା ଫଳକ ଲଗାଯିବା ନିହାତି ଆବଶ୍ୟକ ଏବଂ ପୂର୍ବ ଯନ୍ତ୍ରୀ ଏଥିପାଇଁ ଇଷ୍ଟମେଟ୍ କରି ନ ଥିଲେ, ଏବେ ପ୍ରତି କାର୍ଯ୍ୟ ଇଷ୍ଟମେଟ୍ କଲା ବେଳେ ସୂଚନା ଫଳକ ପାଇଁ ଧାର୍ଯ୍ୟ ଅର୍ଥ ରଖାଯିବ ବୋଲି କହିଛନ୍ତି। ତେବେ ବିନା ସୂଚନା ଫଳକରେ ଚାଲିଥିବା ସମସ୍ତ ଉନ୍ନୟନ କାର୍ଯ୍ୟକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି ଏବଂ ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ଲୋକକୁଂ ଅନ୍ଧାରରେ ରଖି ଏଭଳି ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। ଗଂଜାମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଓ ଜିଲ୍ଲାପାଳ ଏନେଇ ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଏନ୍ ଏ ସି ବାସିନ୍ଦା।
/ସୁଶାନ୍ତ କୁମାର ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.