Home Top News ବିଜେପି ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି – ସେ କାହାର ନୁହଁନ୍ତି ..

ବିଜେପି ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି – ସେ କାହାର ନୁହଁନ୍ତି ..

51

ଭୁବନେଶ୍ୱର: ବିଜେପି ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ସେ କାହାର ନୁହଁନ୍ତି! ବାସ୍ତବରେ ଦୀର୍ଘଦିନ ପରେ ବିଜେପିରେ ସଙ୍ଗଠନ ମହାମନ୍ତ୍ରୀ ବା ସଙ୍ଗଠନ ସମ୍ପାଦକର ଗୁରୁତ୍ୱ କ’ଣ ତାହା ଏବେକାର ଓଡ଼ିଶା ବିଜେପିର ଅନେକ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଧୀରେ ଧୀରେ ଜାଣୁଛନ୍ତି ବା ଜାଣିବାକୁ ଯାଉଛନ୍ତି। ସଙ୍ଗଠନ ସମ୍ପାଦକ କାହାର ହୋଇନଥାନ୍ତି। ତାଙ୍କର କେବଳ ସଂଘ ପ୍ରତି ଆନୁଗତ୍ୟ ଏବଂ ଦିଆଯାଇଥିବା ଦାୟିତ୍ୱ ପ୍ରତି ପ୍ରତିବଦ୍ଧତା ରହିଥାଏ। ସଂଘ (ଆରଏସ୍ଏସ୍) ଏବଂ ବିଜେପି ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାର ଦାୟିତ୍ୱ ସଙ୍ଗଠନ ସମ୍ପାଦକ ଉପରେ ନ୍ୟସ୍ତ ଥାଏ। ସଂଘର ଜଣେ ପ୍ରଚାରକଙ୍କୁ ବିଜେପିର ସଙ୍ଗଠନ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଥାଏ। ଯେପରି ଏହା ପୂର୍ବରୁ ଶାରଦା ପ୍ରସାଦ ଶତପଥି ଏବଂ ତା’ ପୂର୍ବରୁ ପଞ୍ଚାନନ ରାଉତ ରାଜ୍ୟ ବିଜେପି ସଙ୍ଗଠନ ସମ୍ପାଦକ ଦାୟିତ୍ୱରେ ଥିଲେ ଆଉ ଏବେ ମାନସ ମହାନ୍ତି ଅଛନ୍ତି ରାଜ୍ୟ ସଙ୍ଗଠନ ସମ୍ପାଦକ। ତେବେ, ଶାରଦା ଶତପଥୀ ଏବଂ ପଞ୍ଚାନନ ରାଉତ ସଙ୍ଗଠନ ସମ୍ପାଦକ ଦାୟିତ୍ୱରୁ ମୁକ୍ତ ହେଲା ପରେ ମଧ୍ୟ ବିଜେପିରେ ପଡ଼ିରହିଲେ। ଉଭୟ ଗୋଟେ ଗୋଟେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇ ପଞ୍ଚାନନ ରାଉତ ଏବେ ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ବିଧାନସଭା ଆସନରୁ ବିଜେପି ଟିକେଟ୍ ପାଇଁ ଲବିରେ ଥିବା ବେଳେ ଶାରଦା ଶତପଥି ପ୍ରାୟତଃ ଏବେ ରାଜ୍ୟ ଟିମରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବାକୁ ଯାଉଛନ୍ତି। ତେବେ, ଏ ଉଭୟ ରାଜନୀତି କରିବାର ଲକ୍ଷ ରଖି ବିଜେପିରେ ରହିଛନ୍ତି। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ବିଜେପିର ସଙ୍ଗଠନ ଦାୟିତ୍ୱରେ ଥିବା ସବୁ ପ୍ରଚାରକ ବିଜେପିରେ ହିଁ ରହି ରଜନୀତି କରନ୍ତି। ଯେଉଁମାନେ ପ୍ରଚାରକ ହୋଇରୁହନ୍ତି, ସେମାନଙ୍କୁ ସଂଘ ପୁଣି ମୂଳ କ୍ଷେତ୍ରକୁ ନେଇଯାଇଥାଏ କିମ୍ବା ଅନ୍ୟ କୋୖଣସି ବିବିଧକ୍ଷେତ୍ର ଦାୟିତ୍ୱ ଦେଇ ପଠାଇଥାଏ। ମାନସ ମହାନ୍ତିଙ୍କୁ ସେହିପରି ପ୍ରଚାରକ ଭାବରେ ଆଶା କରାଯାଏ। ତେଣୁ, ବିଜେପି ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ସେ କାହାର ନୁହଁନ୍ତି, କେବଳ ସଂଘ ଓ ସଙ୍ଗଠନ ପ୍ରତି ସମର୍ପିତ ଅଟନ୍ତି। ଏହାକୁ ବିଜେପିରେ ଥିବା ସବୁ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ବୁଝିନେବା ଉଚିତ୍।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.