Home Top News ସ୍ପଟ୍ ହୋଇପାରୁ ନାହାଁନ୍ତି ସଭାପତି !

ସ୍ପଟ୍ ହୋଇପାରୁ ନାହାଁନ୍ତି ସଭାପତି !

56

ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍ପଟ୍ ହୋଇପାରୁ ନାହାଁନ୍ତି ସଭାପତି! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କେତେବେଳେ କୁଆଡ଼େ ଯାଉଛନ୍ତି, ଆସୁଛନ୍ତି ତା’ର କେହି ଟେର୍ ପାଉନାହାଁନ୍ତି। ଏପରିକି ରାଜ୍ୟ ସଭାପତି ଏବେ ଦିଲ୍ଲୀରେ ନାଁ, ଓଡ଼ିଶାରେ ତାହା ମଧ୍ୟ କେହି ଜାଣିପାରୁ ନାହାଁନ୍ତି। ଏବେ ମନମୋହନ ଦିଲ୍ଲୀ ଗସ୍ତରେ ଯାଇଥିଲେ। ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ମନମୋହନଙ୍କ ସହିତ ଦିଲ୍ଲୀ ଯାଇଥିଲେ। ମାନସ ମହାନ୍ତି ଓଡ଼ିଶା ଫେରି ଆସିଲେଣି। ମାନସ ମହାନ୍ତି ଫେରି ରାଜ୍ୟ କାର୍ଯ୍ୟାଳୟରେ ପରିସ୍ଥିତି ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି। ଏଣେ ସଭାପତି ଫେରିଲେଣି ନାଁ ନାହିଁ, କେବେ ଫେରିବେ କେହି ଜାଣିପାରୁ ନାହାଁନ୍ତି। ମନମୋହନଙ୍କ ପାଖ ଲୋକ ବୋଲାଇ ଆସୁଥିବା ନେତାନେତ୍ରୀ ବା ଓଡ଼ିଶା ବିଜେପିରେ ସବୁ ଜାଣିବାର ବୋଲାଉଥିବା ମୁଣ୍ଡିଆଳ ନେତା, ନେତ୍ରୀଗଣ ମଧ୍ୟ ରାଜ୍ୟ ସଭାପତିଙ୍କ ଗତିବିଧି ଜାଣି ପାରୁନାହାଁନ୍ତି। କେତେକ କେବଳ ମିଛ ଢାବା ମାରି ସଭାପତିଙ୍କ ପାଖ ଲୋକ ଦେଖାଇ ହେବାକୁ ଚାହିଁ ଏଣୁତେଣୁ ଗପି ଦେଉଛନ୍ତି। କିନ୍ତୁ, ସେମାନଙ୍କ ପାଖରେ ସଭାପତିଙ୍କର କେଉଁଠାରେ କାର୍ଯ୍ୟକ୍ରମ କିମ୍ବା କେଉଁଠି ଅବସ୍ଥିତି ନେଇ କୌଣସି ସୂଚନା ରହୁନି। ବାସ୍ତବରେ ରାଜ୍ୟ ସଭାପତିଙ୍କ ଗସ୍ତ ବାବଦରେ ଯଦି କାହା ପାଖରେ ସୂଚନା ରହୁଥାଏ, ସେ ହେଲେ କେବଳ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି। ଉଭୟ ଉଭୟଙ୍କ ମଧ୍ୟରେ ଚମତ୍କାର ତାଳମେଳ ରଖି ଗୁପ୍ତ ଭାବରେ ସମସ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏମାନଙ୍କୁ ପୂରା ସାଥ୍ ଦେଉଛନ୍ତି ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.