Home ଓଡ଼ିଶା ଅର୍ଥ ସାଜିଛି ବାଧକ, ପୁଅର ଚିକିତ୍ସା ପାଇଁ ବାପା ମାଆର ଆକୁଳ ନିବେଦନ

ଅର୍ଥ ସାଜିଛି ବାଧକ, ପୁଅର ଚିକିତ୍ସା ପାଇଁ ବାପା ମାଆର ଆକୁଳ ନିବେଦନ

157

ବାହାନଗା,୧୮ା୬ (ଭାରତୀ ଦାସ/ ଓଡ଼ିଆ ପୁଅ) : ଅର୍ଥ ସାଜିଛି ବାଧକ । ପୀଡ଼ିତ ପୁଅର ଚିକିତ୍ସା ପାଇଁ ବାପା ମାଆଙ୍କର ଅକୁଳ ନିବେଦନ । ଅର୍ଥ ପାଇଁ କରି ପାରୁ ନାହାନ୍ତି ପୁଅର ଚିକିତ୍ସା । ଯାହା ସମ୍ବଳ ଥିଲା ପୈତୃକ ସମ୍ପତି ବିକ୍ରି କରି ଖର୍ଚ୍ଚ କରିଛନ୍ତି ପୁଅର ଚିକିତ୍ସା ପାଇଁ । ନିଜ ମାଆ ତାର ଯାହା ଗହଣା ଗାଣ୍ଠି ଥିଲା ବିକି ଭାଙ୍ଗି ଖର୍ଚ୍ଚ କରିଛି ପୁଅର ଚିକିସତ୍ସା ପାଇଁ । ତଥାପି ହେଲାନି ଆରୋଗ୍ୟ । ସ୍ଥାନୀୟ ଡାକ୍ତରଖାନାରୁ ଆମ୍ଭ କରି ବାଲେଶ୍ୱର ମେଡ଼ିକାଲ କଲେଜ ହସପିଟାଲରେ ଦେଖାଇ ଆରୋଗ୍ୟ ନ ହେବାରୁ କଟକ ଓ ଭୂବନେଶ୍ୱର ରେ ଡାକ୍ତରଙ୍କୁ ଦେଖାଇବା ପରେ ଜଣାପଡ଼ିଥିଲା ପୁଅର କିଡ଼ିନୀ ନଷ୍ଟ ହୋଇ ଥିବା କଥା । ଏମିତି ଘଟଣା ଦେଦଖିବାକୁ ମିଳିଛି ଜଣେ ୧୨ବର୍ଷର ବାଳକ ନିକଟରେ । ବାଲେଶ୍ୱର ଜିଲ୍ଳା ବାହାନଗା ବ୍ଳକ ବରିପଦା ପଞ୍ଚାୟତ ୮ନଂ ୱାର୍ଡ଼ର ମତ୍ସଜୀବୀ ରାଜେନ୍ଦ୍ର ସେଠୀ ଓ ମାଆ ରଞ୍ଜୁଲତା ସେଠୀଙ୍କର ୧୨ ବର୍ଷର ପୁଅ ଦୀପଙ୍କର ଜଣେ ମେଧାବୀ ଛାତ୍ର । କିନ୍ତୁ ୪ବର୍ଷର ପୂର୍ବରୁ ତାର ଦେହ ଖକରାପ ହୋଲ । ତାକୁ ନେଇ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଲେ । କିଛି ଦିନ ବିତିଗଲା । ସୁସ୍ଥ ନ ହେବାରୁ ତାକୁ ବାଲେଶ୍ୱର ମେଡ଼ିକାଲ କଲେଜ ହସପିଟାଲରେ ଦେଦଖାଇବା ପରେ ଜଣାପଡ଼ିଥିଲା ତାର କିଡ଼ୀନୀ ନଷ୍ଟ ହୋଇଛି । ତେବେ ସେଠାରୁ ଦୀପଙ୍କରକୁ ବିଭାଗୀୟ ଡାକ୍ତରଙ୍କୁ ଦେଖାଇବା ପାଇଁ ପଠାଇ ଦିଆ ଗଲା । ଦୀପଙ୍କରକୁ ତାର ପରିବାର କଟକ ବଡ଼ ମେଡ଼ିକାଲ , ଭୂବନେଶ୍ୱରରେ ଘରୋଇ ହସପିଟାଲରେ ଦେଖାଇ ଔଷଧ ଦେଇ ଚାଲିଲେ । ଏହିପରି ବିତି ଗଲା ୪ବର୍ଷ । ତେବେ ଦୀପଙ୍କରର ବାପା ଜଣେ ମତ୍ସଜୀବୀ ଓ ଦିନ ମଜୁରୀଆ । ଅର୍ଥ ସମ୍ବଳା ତା ପାଖରେ ନ ଥିବାରୁ ନିଜା ପୌତୃକ ସମ୍ପତି ବିକ୍ରି କରି ଚାଲିଲେ ପୁଅର ଚିକିତ୍ସା ପାଇଁ । ପରେ ମାଆର ଗହଣା ମଧ୍ୟ ବିକ୍ରି ହୋଇ ଗଲା । ଆଉ ତା ପାଖରେ କିଛି ରହିଲାନି ସମ୍ବଳ ପୁଅର ରୋଗ ପାଇଁ ଖର୍ଚ୍ଚ କରିବାକୁ । ତେବେ ଶେଷରେ ଡାକ୍ତର କହିଲେ କିଡ଼ିନୀ ପ୍ରତିରୋପଣ କରିବାକୁ । କିନ୍ତୁ ଅର୍ଥ ଅଭାବ ଯୋଗୁଁ ବାଧକ ସାଜିଲା ଚିକିିତ୍ସା । ଶେଷରେ ବିଭାଗୀୟ ଡାକ୍ତର କହିଲେ ୨୦-୨୫ଲକ୍ଷ ଟଙ୍କା ଆବଶ୍ୟକ ହେବ ରୋଗ ଆରୋଗ୍ୟ ହେବାକୁ । ତେବେ ଦୀପଙ୍କରର ବାପା ରାଜେନ୍ଦ୍ର ନିଜ ପୁଅର ଚିକିତ୍ସା ପାଇଁ ବନ୍ଧୁ , ବାନ୍ଧବ, ପ୍ରିୟ, ପରିଜନ, ନିଜ ପୌତୃକ ସମ୍ପତି ଓ ଗହଣା ଗାଣ୍ଠିରୁ ମିଳିଥିବା ୭-୮ଲକ୍ଷ ଟଙ୍କା ୪ବର୍ଷ ଧରି ଔଷଧରେ ଖର୍ଚ୍ଚ କରି ସାରିବା ପରେ ମିଡ଼ିଆର ସାହାରା ନେଇ ଆବେଦନ କରିଛନ୍ତି । ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କର ଆର୍ଶିବାଦ ପଡ଼ନ୍ତା ସେହି ପୀଡ଼ିତ ଦୀପଙ୍କରଙ୍କ ଉପରେ ତାହେଲେ ଅକାଳରେ ଝରିବାକୁ ଥିବା ଦୀପଙ୍କରର ଜୀବନ ବଞ୍ଚି ଯାଆନ୍ତା । ଏବେବି ସୁଦ୍ଧା ପୁଅର ଔଷଧ ଖର୍ଚ୍ଚ ଚାଲୁ ରହିଛି ଚାଲିଛି । ନିଜ ଭାଗ୍ୟକୁ ଆଦରି କର୍ମ କରି ଚାଲିଛନ୍ତି ବାପା ମାଆ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.