Home ଓଡ଼ିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ ହେବେ ଆନ୍ଧ୍ରର ରାଜ୍ୟପାଳ: ବିଶ୍ୱଭୁଷଣଙ୍କୁ ରାଜ୍ୟ ବିଜେପିର ଅଭିନନ୍ଦନ

ବିଜେପିର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ ହେବେ ଆନ୍ଧ୍ରର ରାଜ୍ୟପାଳ: ବିଶ୍ୱଭୁଷଣଙ୍କୁ ରାଜ୍ୟ ବିଜେପିର ଅଭିନନ୍ଦନ

247

ଭୁବନେଶ୍ୱର, ୧୬ ଜୁଲାଇ (ଓଡ଼ିଆ ପୁଅ) : ବିଶ୍ୱଭୁଷଣ ହରିଚନ୍ଦନଙ୍କୁ ଆଜି ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ଓଡିଶା ପାଇଁ ଅତି ଗର୍ବର କଥା। ଓଡିଶାର ରାଜନୀତି ଓ ସାମାଜିକ ଜିବନରେ ବିଶ୍ୱଭୁଷଣ ହରିଚନ୍ଦନଙ୍କର ଅବଦାନ ରହିଛି ଓ ରହିବ। ପଡୋଶୀ ଆନ୍ଧ୍ର ସହ ଓଡିଶାର ଭାବଗତ ସର୍ମ୍ପକ ରହିଛି। ବିଶ୍ୱଭୁଷଣ ବାବୁ ଏଥିରେ ସେତୁ ଭଳି କାମ କରିବେ। ଭାରତୀୟ ଜନତା ପାର୍ଟି ପାଇଁ ଏହା ଖୁସି ଓ ଗୌରବର କଥା। ଦଳ ତରଫରୁ ଦଳର ସଭାପତି ବସନ୍ତ ପଣ୍ଡା ଓ ବିରୋଧି ଦଳର ନେତା ପ୍ରଦୀପ୍ତ ନାୟକ ବିଶ୍ୱଭୁଷଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଓଡିଶାର ଇତିହାସରେ ପ୍ରଥମ ଥର ପାଇଁ ଏକା ସମୟରେ ଦୁଇ ଜଣ ଓଡିଆ ଦୁଇଟି ରାଜ୍ୟରେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଅମଳରେ ଓଡିଶାକୁ ପ୍ରାଧାନ୍ୟ ମିଳୁଛି। ପୁର୍ବରୁ ଦୌପ୍ରଦି ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ରାଜ୍ୟପାଳ ଭାବେ ବାଛିଥିଲେ। ଏବେ ବିଶ୍ୱଭୁଷଣ ହରିଚନ୍ଦନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ଓଡିଆଙ୍କ ମନରେ ଗର୍ବ ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଙ୍କୁ ଶ୍ରୀ ପଣ୍ଡା ଓ ଶ୍ରୀ ନାୟକ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.