Home ଓଡ଼ିଶା ଓଲିଉଡରେ ପୁଣି ଏକ ଦୁଃଖ ଖବର – ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମୋହନ ପତି (ବୁଟୁ...

ଓଲିଉଡରେ ପୁଣି ଏକ ଦୁଃଖ ଖବର – ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମୋହନ ପତି (ବୁଟୁ ଭାଇ) ଙ୍କର ନିଧନ

249

କଟକ ୧୩-୯ (ଓଡ଼ିଆ ପୁଅ) : ଓଲିଉଡରରୁ ପୁଣି ଏକ ଦୁଃଖ ଖବର ଆସିଛି। ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମୋହନ ପତି (ବୁଟୁ ଭାଇ) ଙ୍କର ପରଲୋକ ହୋଇତିବା ଖବରରୁ ପ୍ରକାଶ। ଖବର ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୮ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ବ୍ରୋଙ୍କୋ ଆଜମାରେ ପୀଡ଼ିତ ଥିଲେ।
ତାଙ୍କର କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି।
– ପଂଚୁ ପାଣ୍ଡବ, ରାଜା ରାଣୀ, ମା ପରି କିଏ ହେବ, ଏଇଠି ସ୍ୱର୍ଗ ଏଇଠି ନର୍କ ଆଦିର ନିର୍ଦ୍ଦେଶନା ଦେଇଥିଲେ।
– ସହ ନିର୍ଦ୍ଦେଶକ ଭାବେ ଜାଗା ବଳିଆ, ହୀରା ନୀଳାରେ ସେ କାର୍ଯ୍ୟ କରିଛନ୍ତି।
– ତାଙ୍କ ବିୟୋଗରେ ଓଲିଉଡରେ ଗଭୀର ଶୋକ ପ୍ରକାଶ ପାଇଛି।
ଘର ସଂସାର (ସହଯୋଗୀ ନିର୍ଦ୍ଦେଶକ)
– ୧୯୯୨ ମା’ (ମୁଖ୍ୟ ସହକାରୀ ନିର୍ଦ୍ଦେଶକ)
– ୧୯୯୦ କଣ୍ଡେଇ (ସହକାରୀ ନିର୍ଦ୍ଦେଶକ)
– ୧୯୮୫ ଜଗା ହାତରେ ପଘା (ସହକାରୀ ନିର୍ଦ୍ଦେଶକ)
– ୧୯୮୪ ହୀରା ନୀଳା (ସହକାରୀ ନିର୍ଦ୍ଦେଶକ)
– ୧୯୮୪ ଜଗା ବଳିଆ (ପ୍ରଥମ ସହକାରୀ ନିର୍ଦ୍ଦେଶକ)
ନିର୍ଦ୍ଦେଶକ ଭାବରେ
– ୨୦୦୩ – ଏଇଠି ସ୍ୱର୍ଗ ଏଇଠି ନର୍କ
– ୧୯୯୯ – ମା ପରି କିଏ ହେବ
– ୧୯୮୯ ପଞ୍ଚୁ ପାଣ୍ଡବ
– ୧୯୮୯ ରାଜା ରାଣୀ
ଲେଖକ ଭାବରେ
– ୨୦୦୩ – ଏଇଠି ସ୍ୱର୍ଗ ଏଇଠି ନର୍କ (ସ୍କ୍ରିନ୍ ପ୍ଲେ)
– ୧୯୮୯ – ପଞ୍ଚୁ ପାଣ୍ଡବ (ସ୍କ୍ରିନ୍ ପ୍ଲେ ଏବଂ ସଂଳାପ)
ଗତକାଲି ମଧ୍ୟ ଜଲିଉଡ଼୍ ରୁ ମହେନ୍ଦ୍ର ଦାସ (ଭିକୁସେଠ୍‌), ଶିଶିର ବେଦାନ୍ତ, ପ୍ରଖ୍ୟାତ ପାଲା ବାୟକ, ଗୀତିକାର ତଥା କଣ୍ଠଶିଳ୍ପୀ, ଐଶାନ ମହାପାତ୍ର, ଆର୍‌ଜେ ଏଫ୍‌ଏମ୍‌ ରେନ୍‌ବୋ, କଟକ ଆଦିତ୍ୟ ପୌଢ଼ୁୱାଲ (ଅନୁରାଧା ପୌଢ଼ୁୱାଲଙ୍କ ପୁଅ) ଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.