Home ଓଡ଼ିଶା ପକ୍ଷୀ ଜଗତର ସର୍ବଶ୍ରେଷ୍ଠ ସ୍ଥପତି ସଙ୍କଟରେ!

ପକ୍ଷୀ ଜଗତର ସର୍ବଶ୍ରେଷ୍ଠ ସ୍ଥପତି ସଙ୍କଟରେ!

449

ରାଉରକେଲା୭ା୯(ଓଡିଆ ପୁଅ/ସୁବୋଧ ନାୟକ) ପକ୍ଷୀ ଜଗତର ସର୍ବଶ୍ରେଷ୍ଠ ସ୍ଥପତି ଏବେ ସଙ୍କଟରେ। ପରିବେଶ ଅତ୍ୟଧିକ ମାତ୍ରାରେ ପ୍ରଦୂଷଣ, ମୋବାଇଲ ଟାୱାର, ରାଡ଼ାର ବିକିରଣ ଯୋଗୁ ଏମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ପ୍ରକାଶ ଥାଉକି, ସମଗ୍ର ଭାରତ ବର୍ଷରେ ବାଇ ଚଢେଇଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଥିବା ବେଳେ ଦକ୍ଷିଣ ରାଉରକେଲାରେ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି। ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି, କୋଠାବାଡ଼ି ନର୍ମାଣ, ଯାନାବାହନ ସଂଖ୍ୟା ଦିନକୁ ଦିନ ବୃଦ୍ଧି, ପରିବେଶ ବିପର୍ଯ୍ୟସ୍ତ ସହ ବଣ ଜଙ୍ଗଲ ଧ୍ୱଂସ ବନ୍ୟପଶୁ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବାର ମୁଖ୍ୟ କାରଣ ପାଲଟିଛି। ଏହି କ୍ରମରେ ଆକର୍ଷଣୀୟ ବାଇ ଚଢେଇ ବିଳୁପ୍ତ ପ୍ରାୟ ଅବସ୍ଥାରେ ରହିଥିବା ବେଲେ ଆଉ ଦେଖିବାକୁ ମିଳୁନାହିଁ। ପ୍ରକୃତିର ଅନ୍ୟ ଏକ ଅବଦାନ ବାଇ ଚଢେଇ ଓ ତାର ବସା ଆଉ ଗାଁ ଗହଳିରେ ଦେଖିବାକୁ ମିଳୁନାହିଁ। ଏହି ଚଢେଇ ଏବଂ ତାର ବସା ପ୍ରକୃତିର ଏକ ଅବଦାନ ହୋଇଥିବା ବେଳେ ଦେଖିବାକୁ ଯେତିକି ସୁନ୍ଦର ତାର ବସା ଅତ୍ୟନ୍ତ ଲୋଭନୀୟ ଅଟେ। ପକ୍ଷୀ ଜଗତରେ କୁଶଳୀ କାରିଗର ପକ୍ଷୀରୂପେ ପରିଚିତ ଏହି ପକ୍ଷୀ ବିଶେଷ କରି ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିଲା। ଗାଁ ମାନଙ୍କରେ, ଗଛ ମାନଙ୍କରେ ମନଲୋଭା ବସା ଓ ତାର ସ୍ୱର କେତେ ଯେ ଆନନ୍ଦ ଦେଉଥିଲା। ବର୍ତମାନ ଆଧୁନିକ ଯୁଗରେ ଏହି ପକ୍ଷୀ ଓ ତାର ସ୍ୱର ଏକ ପ୍ରକାର ଲୋପ ପାଇବାରେ ବସିଛି। ଆଉ କେଉଁଠି ଦେଖିବାକୁ ମିଳୁନି। ପୂର୍ବେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଏହି ପକ୍ଷୀ ମାଧ୍ୟମରେ ଜାଣି ହେଉଥିଲା ବୋଲି ବୃଦ୍ଧ ବୃଦ୍ଧା ମାନେ ଦୃଢୋକ୍ତିର ସହ ପ୍ରକାଶ କରନ୍ତି। ବର୍ତମାନ ଏହି ପକ୍ଷୀସହ ଅନ୍ୟାନ୍ୟ ପକ୍ଷୀ ଓ ଜୀବଜନ୍ତୁଙ୍କ ସଂଖ୍ୟା ଦୃ୍ରତ ଗତିରେ ହ୍ରାସ ପାଇବାରେ ବସିଛି। ଦିନ ଆସିବ ଏମାନଙ୍କ କେବଳ ଫଟୋକୁ ଦେଖି ଗୋଟିଏ ଏପରି ପକ୍ଷୀଥିଲା ବୋଲି ଆଗାମୀ ପିଢି ମାନେ ଯୁକ୍ତି ବାଢିବେ। ଏନେଇ ପରିବେଶ ବିତ୍ ମାନେ ମଧ୍ୟ ଉଦ୍ବେଗ ପ୍ରକାଶ କରୁଥିବା ବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସାରନଗରୀର କିଛି ବୁଦ୍ଧିଜିବୀ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.