Home ଓଡ଼ିଶା ଆଧାର, ଚାୱଲ, ଶାଦୀ ସମେତ ୨୬ଟି ନୂଆ ହିନ୍ଦୀ ଶବ୍ଦ ଅକ୍ସଫୋର୍ଡ ଡିକ୍ସନାରୀରେ ହେଲା ସାମିଲ...

ଆଧାର, ଚାୱଲ, ଶାଦୀ ସମେତ ୨୬ଟି ନୂଆ ହିନ୍ଦୀ ଶବ୍ଦ ଅକ୍ସଫୋର୍ଡ ଡିକ୍ସନାରୀରେ ହେଲା ସାମିଲ – ଦଶମ ସଂସ୍କରଣରେ ୩୮୪ ଭାରତୀୟ ଇଂରାଜୀ ଶବ୍ଦ ସାମିଲ

426

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଦେଶରେ ସାଧାରଣ ଲୋକଙ୍କର ମୂଳ ପରିଚୟ ପତ୍ର ଆଧାର କାର୍ଡ ଏବେ ଅକ୍ସଫୋର୍ଡ ଡିକ୍ସନାରୀରେ ସାମିଲ ହୋଇଛି। ଅକ୍ସଫୋର୍ଡ ଡିକ୍ସନାରୀ ଶାଦୀ, ହଡ଼ତାଲ, ଆଧାର, ଡିବା ସମେତ ୨୬ଟି ହିନ୍ଦୀ ଶବ୍ଦକୁ ସାମିଲ କରିଛି।

ସୂଚନାଯୋଗ୍ୟଯେ, ଅକ୍ସଫୋର୍ଡ ଡିକ୍ସନାରୀ ପ୍ରତ୍ୟେକ ବର୍ଷ କିଛି କିଛି ହିନ୍ଦୀ ଶବ୍ଦକୁ ଇଂରାଜୀ ଶବ୍ଦକୋଷରେ ଜାଗା ଦେଉଛି।

ଅକ୍ସଫୋର୍ଡ ନିଜର ନୂଆ ସଂସ୍କରଣରେ ହିନ୍ଦୀ ସମେତ କିଛି ଏପରି ପ୍ରଚଳିତ ଶବ୍ଦକୁ ସାମିଲ କରିଛି, ଯାହାର ବ୍ୟବହାର ଦେଶରେ ଇଂରାଜୀ ଏବଂ ହିନ୍ଦୀ ଭାଷୀ ଉଭୟ ଲୋକ ସାଧାରଣତଃ ବ୍ୟବହାର କରିଥାନ୍ତି। ଯେପରି – ଆଧାର, ଚଲ, ଡବା, ହଡ଼ତାଲ ଏବଂ ଶାଦୀ। ଏହି ଡିକ୍ସନାରୀର ଦଶମ ସଂସ୍କରଣ ଶୁକ୍ରବାରଦିନ ଲଞ୍ଚ ହୋଇଛି।

ଦଶମ ସଂସ୍କରଣରେ ୩୮୪ ଭାରତୀୟ ଇଂରାଜୀ ଶବ୍ଦ ସାମିଲ

ଅକ୍ସଫୋର୍ଡ ଡିକ୍ସନାରୀର ଦଶମ ସଂସ୍କରଣରେ ୩୮୪ଟି ଭାରତୀୟ ଇଂରାଜୀ ଶବ୍ଦ ଏବଂ ୧୦୦୦ ରୁ ଅଧିକ ନୂଆ ଶବ୍ଦକୁ ସାମିଲ କରାଯାଇଛି। ଯେପରିକି-ଚାଟବାଟ, ଫେକ ନ୍ୟୁଜ ଏବଂ ମାଇକ୍ରୋପ୍ଲାଷ୍ଟିକ। ତା’ ବ୍ୟତୀତ ନୂଆ ସଂସ୍କରଣରେ ନୂଆ ଶବ୍ଦ ଯେପରି ଆଣ୍ଟି, ବସଷ୍ଟାଣ୍ଡ, ଡିମ୍ଡ ୟୂନିଭର୍ସିଟି, ଏଫଆଇଆର, ନନ ଭେଜ ରିଡ୍ରେସାଲ, ଟ୍ୟୁବ ଲାଇଟ, ଭେଜ ଏବଂ ଭିଡିଓଗ୍ରାଫ।

ଏହା ବ୍ୟତୀତ ଅନଲାଇନ ଆଡିସନରେ ଚାରୋଟି ଶବ୍ଦ ଯେପରି କରେଣ୍ଟ, ଲୁଟର, ଲୁଟିଂଗ ଏବଂ ଉପଜିଲା ସାମିଲ ହେଇଛି। ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ ମୁତାବକ, ଡିକ୍ସନାରୀରେ ସବୁବେଳେ ଭାଷାର ପରିବର୍ତ୍ତନ ଉପରେ ଧ୍ୟାନ ଦିଆଯାଇଥାଏ। ଏହା ସହିତ ହିଁ ଏହା ଚେଷ୍ଟା କରାଯାଇଥାଏ କି ନୂଆ ସଂସ୍କରଣରେ ସେହି ଶବ୍ଦଗୁଡ଼ିକୁ ସାମିଲ କରାଯାଏ ଯାହା ପ୍ରାସଙ୍ଗିକ ଅଟେ ଏବଂ ଏହା ସହିତ ସମୟ ସାଥିରେ ଅପଡେଟ ହେଉଥିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.