Home Top News ୧୧ ଦିନ ଯାଏଁ ହସିବା କି କାନ୍ଦିବା ସବୁ ମନା: ଜାଣନ୍ତୁ, କେଉଁଠି ଆଉ କାହିଁକି...

୧୧ ଦିନ ଯାଏଁ ହସିବା କି କାନ୍ଦିବା ସବୁ ମନା: ଜାଣନ୍ତୁ, କେଉଁଠି ଆଉ କାହିଁକି ଏପରି ଫରମାନ୍ ..

92

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଆଜିଠୁ ୧୧ ଦିନ ଯାଏଁ ହସିବା କିମ୍ବା କାନ୍ଦିବା ମନା। ଯଦି ଏଠି କାହାର କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ଘଟେ ତେବେ ବି କେହି ଚିତ୍କାର କରି କାନ୍ଦି ପାରିବେ ନାହିଁ। ୧୧ ସରିବା ପରେ ଯାଇ ମୃତକଙ୍କ ଅନ୍ତିମ ସତ୍କାର କରି ପାରିବେ। ଏଠାରେ ରହୁଥିବା ଲୋକଙ୍କୁ ଆଗାମୀ ୧୧ ଦିନ ପର୍ଯ୍ୟନ୍ତ ହସିବା କିମ୍ବା ଖୁସି ମନାଇବା, ଜନ୍ମଦିନ ପାଳନ କରିବା, ମଦ ପିଇବା ଆଦି ଉପରେ ରୋକ ଲଗାଯାଇଛି। ସେହିପରି ଦେଶର କୌଣସି ନାଗରିକ ଏହି ସମୟ ମଧ୍ୟରେ ଶପିଂ ମଲ ମଧ୍ୟ ଯାଇପାରିବେନି ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂର୍ବତନ ନେତା କିମ୍ ଜଙ୍ଗ ଇଲଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏପରି କରିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ସୂଚନାଯୋଗ୍ୟ ଯେ, ୧୯୯୪ ରୁ ୨୦୧୧ ପର୍ଯ୍ୟନ୍ତ ଦେଶକୁ ଶାସନ କରିଥିଲେ କିମ୍ ଜଙ୍ଗ ଇଲ୍। ୨୦୧୧ ମସିହା ଡିସେମ୍ବର ୧୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । କିମଙ୍କ ପରେ ତାଙ୍କ ତୃତୀୟ ପୁଅ କିମ୍ ଜଙ୍ଗ ଉନ୍ ଏବେ ଶାସନ କ୍ଷମତାରେ ଅଛନ୍ତି। କିମଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦେଶରେ ୧୧ ଦିନିଆ ଶୋକ ପାଳନ କରିବାକୁ ଏପରି ଅଜବ ନିର୍ଦ୍ଦେଶ ଦେଇଛନ୍ତି କିମ୍ ଜଙ୍ଗ ଉନ୍।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.