Home ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ସଂପତି ରେଜିଷ୍ଟ୍ରି ନିମନ୍ତେ ଭିଟାମାଟି ଅଧିକାର ମଂଚ ପକ୍ଷରୁ ମୁଖ୍ୟ ପ୍ରଶାସକଙ୍କୁ ଦାବି ପତ୍ର

ଶ୍ରୀଜଗନ୍ନାଥଙ୍କ ସଂପତି ରେଜିଷ୍ଟ୍ରି ନିମନ୍ତେ ଭିଟାମାଟି ଅଧିକାର ମଂଚ ପକ୍ଷରୁ ମୁଖ୍ୟ ପ୍ରଶାସକଙ୍କୁ ଦାବି ପତ୍ର

101

ପୁରୀ, ୧୭/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ପୂର୍ବାହ୍ନ ୧୧ ଟା ସମୟରେ ଭିଟାମାଟି ଅଧିକାର ମଂଚ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ପୁରୀ ସହର ତଥା ଗ୍ରାମାଂଚଳରେ ବସବାସ କରୁଥିବା ଓ ଦୀର୍ଘ କାଳରୁ ଚାଷ କରି ଆସୁଥିବା ଚାଷ ଜମି ଗୁଡିକ ଜଗନ୍ନାଥ ମହାପ୍ରଭୁ ବିଜେ ମାର୍ଫତ ଶ୍ରୀମନ୍ଦିର ପରିଚାଳନା ପୁରୀ ହୋଇଯାଇଥିବା ରୁ ଉକ୍ତ ସଂପତି ଗୁଡିକ ବିକ୍ରି କିମ୍ବା ବନ୍ଧକ ହୋଇପାରୁନାହିଁ। ଏପରିକି ଜାତି ଓ ଆୟ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ବସବାସ ପ୍ରମାଣ ପତ୍ର ମଧ୍ୟ ମିଳିପାରୁନାହିଁ। ଏପରି କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ ୨୦୧୯ ସଂଶୋଧିତ ନୋଟିସ ଜାରି କରାଯାଉଅଛି। ଗ୍ରାମାଂଚଳ ଚାଷୀ ମାନଙ୍କୁ ରାଜ ଭାଗ ଦେବାକୁ ଲକ୍ଷାଧିକ ଟଙ୍କା ଆଦାୟ ନିମନ୍ତେ ସାଟିଫିକେଟ କେସ ମାଧ୍ୟମରେ ନୋଟିସ ଜାରି କରାଯାଉଛି। ଏହାର ପ୍ରତିବାଦରେ ପୁରୀ ଜିଲା ଭିଟାମାଟି ଅଧିକାର ମଂଚ ତରଫରୁ ସଭାପତି ଆଇନଜୀବୀ ଶ୍ରୀକାନ୍ତ ପରିଜା ଭୀମସେନ ସ୍ୱାଇଁ ଭଗବାନ ରାଉତ କ୍ଷେତ୍ରବାସୀ ପ୍ରଧାନ କେଳୁଚରଣ ବରାଳ, ଲିଙ୍ଗରାଜ ମହାରାଣା ପ୍ରମୁଖ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଉକ୍ତ ଦାବି ପତ୍ର ପ୍ରଦାନ କରି ପୁରୁଣା ୟୁନିଫାଇଡ ପଲିସି ଅନୁଯାୟୀ ଉକ୍ତ ସଂପତି ମାଲିକଙ୍କୁ ଧାର୍ଯ୍ୟ ଅର୍ଥ ନେଇ ଜମି ରେଜିଷ୍ଟ୍ରି କରିବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.