Home Coronavirus Outbreak ଲକଡାଉନ ପରେ ଓଡ଼ିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ : ବିନା ପଞ୍ଜୀକରଣରେ ଓଡିଶା ଆସିପାରିବେ...

ଲକଡାଉନ ପରେ ଓଡ଼ିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ : ବିନା ପଞ୍ଜୀକରଣରେ ଓଡିଶା ଆସିପାରିବେ ନାହିଁ – ଜାଣନ୍ତୁ କିପରି ଏବଂ କେଉଁମାନେ କରିବେ

865

ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) କରୋନା ପ୍ରତିରୋଧ ପାଇଁ ରାଜ୍ୟ ସରକାର ବାହାରୁ ଓଡ଼ିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି। ପ୍ରତ୍ୟାବର୍ତ୍ତନକାରୀ ୧୯୨୯ କୁ ଫୋନ କିମ୍ବା http://covid19.odisha.gov.in ରେ ଅନଲାଇନ୍ ପଞ୍ଜୀକରଣ କିମ୍ବା ସେମାନଙ୍କ ପାଇଁ ପରିବାର ସଦସ୍ୟ/ସମ୍ପର୍କୀୟ ୱାର୍ଡ ଅଫିସରେ ପଞ୍ଜୀକରଣ କରିପାରିବେ। ଏଥିପାଇଁ ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି।

ଏହି ପୋର୍ଟାଲରେ ପଞ୍ଜୀକରଣ ଦ୍ବାରା ରାଜ୍ୟ ସରକାର ଆପଣଙ୍କ ନିକଟରେ ସହଜରେ ପହଞ୍ଚି ପାରିବେ ଏବଂ ଓଡ଼ିଶା ଫେରିବା ପାଇଁ ଆପଣଙ୍କୁ ସହଯୋଗ କରିବେ। ଆପଣଙ୍କର ସବିଶେଷ ତଥ୍ୟ ସହିତ, ମୋବାଇଲ୍ ନମ୍ବର ତଥା ସ୍ଥାନୀୟ ବ୍ୟକ୍ତିଙ୍କ ଯୋଗାଯୋଗ ସୂଚନାକୁ ସଠିକ୍ ଭାବେ ପ୍ରଦାନ କରନ୍ତୁ, ଯାହା ଦ୍ଵାରା କର୍ତ୍ତୃପକ୍ଷ ସେମାନଙ୍କ ସହ ସହଜରେ ଯୋଗାଯୋଗ କରିପାରିବେ। ସମସ୍ତ କ୍ଷେତ୍ରକୁ ଦୃଢ ନିଶ୍ଚିତ ହୋଇ ସଠିକ ଭାବେ ପୂରଣ କରନ୍ତୁ। ଏହି ପୋର୍ଟାଲରେ ଭୁଲ ତଥ୍ୟ ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ର୍କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଯଦି ଆପଣ ମନ ପରିବର୍ତ୍ତନ କରନ୍ତି ଏବଂ ଓଡ଼ିଶାକୁ ଫେରିବାକୁ ଚାହୁଁନଥାନ୍ତି, ତେବେ ଏହି ପୋର୍ଟାଲରେ ନିଜକୁ ପଞ୍ଜିକୃତ କରି ଏହି ବିଷୟରେ ସୂଚନା ଦେଇପାରିବେ।

ସୂଚନାଯୋଗ୍ୟଯେ, ଓଡ଼ିଶାରେ ପହଞ୍ଚିବା ପରେ ସପରିବାର ସମସ୍ତ ଯାତ୍ରୀଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ନିୟମ ପାଳନ କରିବାକୁ ହେବ। ଆପଣ ଯେଉଁ ଫୋନ୍ ନମ୍ବର ପ୍ରଦାନ କରିବେ ସେଥିରେ ଏକ ଓଟିପି ପଠାଯିବ ଏଥି ସହିତ ପଞ୍ଜିକରଣ ପ୍ରକ୍ରିୟା, ଫେରିବା ଏବଂ କ୍ୱାରେଣ୍ଟାଇନ ବ୍ୟବସ୍ଥା ସହ ଜଡିତ ଅନ୍ୟ ସୂଚନା ପଠାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.