Home ଓଡ଼ିଶା କରୋନା ଲକଡାଉନ୍‌ ମାଡ଼ ପରେ ଏବେ କାଳ ବୈଶାଖୀ ଭାଙ୍ଗିଲା ଚାଷୀଙ୍କର ମେରୁଦଣ୍ଡ

କରୋନା ଲକଡାଉନ୍‌ ମାଡ଼ ପରେ ଏବେ କାଳ ବୈଶାଖୀ ଭାଙ୍ଗିଲା ଚାଷୀଙ୍କର ମେରୁଦଣ୍ଡ

527

ମୟୁରଭଞ୍ଜ/ରାଇରଙ୍ଗପୁର : (ଓଡ଼ିଆ ପୁଅ / ଏସକେ ସାଦ୍ଦାମ) : କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲାକଡାଉନ ଚାଷୀଙ୍କୁ କନ୍ଦାଇଥିବା ବେଳେ ଏବେ କାଳ ବୈଶାଖୀ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ମୟୁରଭଞ୍ଜ ଜିଲ୍ଲାର ଚାଷୀ ଏବେ ହତାଶ। ଏକର ଏକର ଜମିରେ ଫଳିଥିବା ଫସଲକୁ ଚାହିଦା ଥିବା ବାହାର ମାର୍କେଟକୁ ନେଇ ନ ପାରି ଗାଁ ମାର୍କେଟରେ ଶସ୍ତା ଦରରେ ବିକ୍ରି କରି ବାକୁ ବାଧ୍ୟ ହୋଇ ଲାଭ ତ ଦୂରର କଥା ଖର୍ଚ ମଧ୍ୟ ଉଠାଇପାରୁନାହାନ୍ତି। ଏକର ଏକର ଜମିରେ ସୁନାର ଫସଲ ପଡି ପଚି ଚାଷୀଙ୍କ ଆଖି ସାମନାରେ ନଷ୍ଟ ହେଉଛି। ଯାହା ଫସଲ ବଞ୍ଚିଥିଲା ତା ଉପରେ ଏବେ କାଳବୈଶାଖୀର ନଜର। ବାଦଲଫଟା ବର୍ଷା ଓ କୂଆପଥର ମାଡ଼ରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଗଲାଣି। ଋଣ ଓ ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ଦୁଃଖ ଏବେ ଦ୍ବିଗୁଣିତ ହେଲାଣି। ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଭଣ୍ଡନ, କଣ୍ଟାଶୋଳା, ଭାଦୁସାହି, ଚାଭଁରାଡିହି, ତଲୋକପୋଖରୀ, ଟିଣାପୋଷି, ବାଗଡେଗା ଆଦି ସ୍ଥାନରେ କୂଆପଥର ମାଡ଼ ଯୋଗୁଁ ଏକର ଏକର ଜମିରେ ଚାଷ ହୋଇଥିବା ପନିପରିବା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତା ସହିତ କୂଆପଥର ମାଡ଼ ଯୋଗୁଁ ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗି ଥିବା ସୂଚନା ମିଳିଛି। ଗାଁ ଗଣ୍ଡାର ଚାଷୀମାନଙ୍କର ବୀମା ନଥିବା ବେଳେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ନେଇ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.