Home Coronavirus Outbreak ପୁଣି ଭଦ୍ରକ ଜିଲ୍ଲାରେ ଚିହ୍ନଟ ହେଲେ ୪ କରୋନା ଆକ୍ରାନ୍ତ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬,...

ପୁଣି ଭଦ୍ରକ ଜିଲ୍ଲାରେ ଚିହ୍ନଟ ହେଲେ ୪ କରୋନା ଆକ୍ରାନ୍ତ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬, ରାଜ୍ୟରେ ୯୪ କୁ ବୃଦ୍ଧି

289

ଭୁବନେଶ୍ୱର ୨୪ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଶୁକ୍ରବାରଦିନ ସକାଳେ ଭଦ୍ରକରେ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୯୪ରେ ପହଞ୍ଚିଛି। ଏବଂ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ପୂର୍ବରୁ ଭଦ୍ରକ ସହର ସମେତ ଭଣ୍ଡାରିପୋଖରୀ ବ୍ଲକ ଓ ବାସୁଦେବପୁର ବ୍ଲକରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ଶୁକ୍ରବାର ଅପରାହ୍ନରେ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଧାମନଗର ବ୍ଲକର ହୋଇଥିବାବେଳେ ଅନ୍ୟ ୨ଜଣ ତିହିଡି ବ୍ଲକର ବୋଲି ରାଜ୍ୟ ସ୍ବାସ୍ଥ୍ୟ, ପରିବାର ବିଭାଗ କଲ୍ୟାଣ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ ଚିନ୍ତା ବଢ଼ାଇଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ଆକ୍ରାନ୍ତ ମାମଲାରେ ଯାଜପୁର, ବାଲେଶ୍ୱରକୁ ପଛରେ ପକାଇ ଭଦ୍ରକ ଜିଲ୍ଲା ଆଗକୁ ପଳେଇଛି। ଗତକାଲି ଭଦ୍ରକ ଜିଲ୍ଲାକୁ ରାତି ୧୦ଟାଠାରୁ ୬୦ ଘଣ୍ଟା ଶଟ୍‌ଡାଉନ୍‌ ଘୋଷଣା କରାଯାଇସାରିଛି। ଏହି ଚାରି ଜଣ ଯାକ ଆକ୍ରାନ୍ତ ପୁରୁଷ ସେମାନଙ୍କ ବୟସ ୨୪, ୨୯, ୪୦ ଓ ୪୧ ବର୍ଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.