Home ଓଡ଼ିଶା କେନ୍ଦୁଝର: କରୋନା ପାଇଁ ଏ ବର୍ଷ ବଡଦାଣ୍ଡରେ ଗଡିବ ନାହିଁ ବିଶ୍ୱର ସର୍ବବୃହତ ରଥ

କେନ୍ଦୁଝର: କରୋନା ପାଇଁ ଏ ବର୍ଷ ବଡଦାଣ୍ଡରେ ଗଡିବ ନାହିଁ ବିଶ୍ୱର ସର୍ବବୃହତ ରଥ

130

କେନ୍ଦୁଝର, ୧୮ ଜୁନ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମହାମାରୀ କରୋନା ଭାଇରସ (କୋବିଜ-୧୯) ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବା ବେଳେ ଲୋକମାନଙ୍କର ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କର ରଥଯାତ୍ରା ବନ୍ଦ ରହିବା ନିଷ୍ପତି ନିଆଯାଇଛି। ଫଳରେ ବିଶ୍ୱର ସର୍ବ ବୃହତ କାଠ ନିର୍ମିତ ରଥ କେନ୍ଦୁଝର ବଡଦାଣ୍ଡରେ ଗଡିବ ନାହିଁ।

ସଂପ୍ରତି ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଓଡିଶା ତଥା ଭାରତରେ କରୋନା ପ୍ରତିରୋଧ ପାଇଁ ସରକାର ବହୁବିଧ ପଦପେକ୍ଷ ନେଉଛନ୍ତି। ଏବଂ କଟକଣା ମଧ୍ୟ ଜାରି କରୁଛନ୍ତି। ତଥାପି କରୋନା ଭାଇରସ ସଂକ୍ରମଣ ଦୃତ ଗତିରେ ବଢିଚାଲିଛି। ଏଥିପାଇଁ ଧାର୍ମିକ ସମାବେଶ କିମ୍ବା ଧାର୍ମିକ ଅନୁଷ୍ଠାନ ମାନଙ୍କରେ ପ୍ରବେଶ ତଥା ପୂଜାର୍ଚ୍ଚନାକୁ ବାରଣ କରାଯାଇ କଟକଣା ଜାରି କରାଯାଇଛି। ସବୁ କ୍ଷେତ୍ରରରେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ପରିପ୍ରେକ୍ଷିରେ କରୋନା ମହାମାରୀ କ୍ରମବର୍ଦ୍ଧଷ୍ଣୁ ସଂକ୍ରମଣର ପ୍ରତିରୋଧ ଏବଂ ସମ୍ଭାବନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପ୍ରସଙ୍ଗକୁ ଆଧାର କରି ଶ୍ରୀ ଶ୍ରୀ ବଳଦେବଜୀଉ ବିଜେ କେନ୍ଦୁଝର ମନ୍ଦିରର ସେବାୟତ, ରାଜପୁରୋହିତ ତଥା ବିଶିଷ୍ଟ ବ୍ୟକ୍ତି ମାନଙ୍କର ପ୍ରସ୍ତାବକ୍ରମେ ଚଳିତ ବର୍ଷ କେନ୍ଦୁଝରଗଡ ଠାରେ ଚଲିତ ଜୁନ ମାସ ୨୩ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ରଥଯାତ୍ରା ବନ୍ଦ ରହିବ ବୋଲି କେନ୍ଦୁଝର ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ, ଦେବତର, କେନ୍ଦୁଝର ଙ୍କ ଠାରୁ ସୂଚନା ମିଳିଛି। ଏତଦବ୍ୟତିତ ପ୍ରାପ୍ତ ସୂଚନାନୁଯାୟୀ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶନୁଯାୟୀ ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ଓଡିସାର କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.