Home ଓଡ଼ିଶା ଲକଡାଉନ ନିୟମ ଉଲଘଂନ କାରି ମାସ୍କ ପିନ୍ଧିନଥିବା ଅମାନିଆ ଙ୍କ ଠାରୁ ଆଦାୟ ହେଲା ୨୩ହଜାର୨୦୦ଟଙ୍କା

ଲକଡାଉନ ନିୟମ ଉଲଘଂନ କାରି ମାସ୍କ ପିନ୍ଧିନଥିବା ଅମାନିଆ ଙ୍କ ଠାରୁ ଆଦାୟ ହେଲା ୨୩ହଜାର୨୦୦ଟଙ୍କା

120

ମାଲକାନଗିରି,୧୮ା୬ (ଓଡିଆ ପୁଅ) କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ସମଗ୍ର ଦେଶରେ ଲକ ଡାଉନ ପରେ ଏବେ କିଛି ଦିନହେଲା କଟକଣା ଟିକେ କୋହଳ କରିଦିଆଯାଇଛି । ଏହାର ଫାଇଦା ଉଠାଇ କିଛି ଅମାନିଆ କରୋନା କଟକଣା ମାନୁ ନାହାଁନ୍ତି,କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ସମାଜିକ ଦୂରତ୍ୱ ରକ୍ଷାକରିବା ଓ ମାସ୍କ ବ୍ୟବହାର ପ୍ରତି ଗୁରୁତ୍ୱ ଦିଆ ଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ କିଛି ଅମାନିଆ ବିନା ମାସ୍କରେ ବଜାରଘାଟ ବୁଲୁଥିବାର ଦେଖିବାକୁ ମିଳୁଛି । ଇତିମଧ୍ୟରେ ମାଲକାନଗିରି ଜିଲ୍ଲାରେ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି ।ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଲକଡାଉନ ନିୟମପ୍ରତି ଗୁରୁତ୍ୱ ଦିଆଯାଇଛି । ମାସ୍କ ନ ପିନ୍ଧି ବଜାରଘାଟରେ ବୁଲୁଥିବା ଅମାନିଆଙ୍କ ଠାରୁ ଆଜି ୪ଘଟାଂ ମଧ୍ୟରେ ୨୩ହଜାର୨୦୦ଟଙ୍କା ଜରିମାନା ଆଦାୟ ହୋଇଛି । ଆଜି ସକାଳେମାଲକାନଗିରି ତହସିଲଦାର ଡ. ଗୁଣନିଧି ନାୟକ ,ଅତିରିକ୍ତ ତହସିଲଦାର ସବିର ସାହା,ମାଲକାନଗିରି ଆଦର୍ଶ ଥାନ ଅଧିକାରୀ ରାମପ୍ରସାଦ ନାଗ ଓ ତହସିଲ କର୍ମାଚାରୀ ମାନଙ୍କ ସହିତ ପୁଲିସ ସଦଳବଳ ମାଲକାନଗିରି ଜିଲ୍ଲାସଦର ମହକୁମା ସୁବାଷବୋଷ ଛକ ଠାରେ ଜଗିରହି ଥିଲେ । ମାସ୍କ ନ ପିନ୍ଧି ସେହି ରାସ୍ତାରେ ଜାତାୟତ କରୁଥିବା ଲାକମାନଙ୍କୁ ଅଟକାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବା ସହ ସେମାନଙ୍କୁ ମାସ୍କ ପିନ୍ଧାଇ ଛାଡିଛନ୍ତି । ଆଜି ପ୍ରଥମ ଦିବସେର ୨୦୦ଟଙ୍କା ଲେଖା ୧୧୬ ଜଣଙ୍କ ଠାରୁ ୨୩ହଜାର୨୦୦ଟଙ୍କା ଜରିମାନା ଆଦାୟ ହୋଇଛି । ପରବର୍ତି ସମୟରେ ମାସ୍କ ବ୍ୟବହାର ନକଲେ ୫୦୦ଟଙ୍କା ଜରିମାନେ ଦେବେ ,ବାରମ୍ବାର ତାଗିଦ କଲେ ମଧ୍ୟ ଯଦି କେହି ମାସ୍କ ନ ପିନ୍ଧନ୍ତ ିନିୟମ ଉଲଘଂନ କଲେ ଜରିମାନା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଏହି ଚଢଉ ନିୟମିତ ଭାବେ ଜାରି ରହିବ ବୋଲି ତହଲିଦାର ଶ୍ରୀ ନାୟକ କହିଛନ୍ତି ।ବଜାରଘାଟ କୁ ଆସିଲେ ମାସ୍କ ବ୍ୟବହାର କରିବାସହ ସାମଜିକ ଦୂରତା ରକ୍ଷାକରନ୍ତୁ ,ରାସ୍ତାଘାଟରେ ଛେପ ପକାନ୍ତୁ ନାହିଁ, ଛେପ ପକାଇଲେ ଜରିମାନା ଦେବାକୁ ପଡିବ,ଏହି ନିୟମ ପାଳନ କଲେ କରୋନା ସଂକ୍ରମଣଠାରୁ ସୁରକ୍ଷିତ ରହିପାରିବା ବୋଲି ପ୍ରଶାସନକି ଅଧିକାରୀ ମାନେ ଜନସଚେତନତାର ବାର୍ତାଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.