Home ଓଡ଼ିଶା ଝଙ୍କଡ଼ ସାହିତ୍ୟ ସଂସଦର ସଭାପତି ତଥା ସାରସ୍ୱତ ସାଧକ ନିତ୍ୟାନନ୍ଦ ଜେନାଙ୍କ ପରଲୋକ

ଝଙ୍କଡ଼ ସାହିତ୍ୟ ସଂସଦର ସଭାପତି ତଥା ସାରସ୍ୱତ ସାଧକ ନିତ୍ୟାନନ୍ଦ ଜେନାଙ୍କ ପରଲୋକ

329

ତିର୍ତ୍ତୋଲ ୧୯/୦୯ (ଓଡ଼ିଆ ପୁଅ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ଝଙ୍କଡ଼ ସାହିତ୍ୟ ସଂସଦର ସଭାପତି ତଥା ତିର୍ତ୍ତୋଲ କୁମାର ଉତ୍ସବ ସମିତିର ପୂର୍ବତନ ସଭାପତି, ରୁତୁପର୍ଣ୍ଣା ସାହିତ୍ୟ ସଂସଦର ସଭାପତି, ସତ୍ୟସାଇ ସେବା ସଂଗଠନର ତିର୍ତ୍ତୋଲ ମୁଖ୍ୟ, ଏହା ସହିତ ସ୍ଥାନୀୟ ଅଞ୍ଚଳର ଏକାଧିକ ଅନୁଷ୍ଠାନ ସହିତ ଜଡ଼ିତ ଥିବା ତଥା ଦିଲ୍ଲି ଦୂରଦର୍ଶନ ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ନିତ୍ୟାନନ୍ଦ ଜେନା(୮୨)ଙ୍କ ହୃଦଘାତରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲାରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ଜେନାଙ୍କ ଘର ତିର୍ତ୍ତୋଲ ପଞ୍ଚାୟତ ରାଜସ୍ୱ ଗ୍ରାମରେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର, ପୁତ୍ରବଧୂ, ନାତିନାତୁଣି ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେ ଜଣେ ସମାଜସେବୀ, ସୁବକ୍ତା ଓ ସାରସ୍ୱତ ସାଧକ ଥିଲେ। ସେ ଶିକ୍ଷା, ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କରେ ସମ୍ପୃକ୍ତି ରହି ପୃଷ୍ଠପୋଷକତା କରୁଥିଲେ। ଜଣେ ମିଷ୍ଠଭାଷୀ, ଅମାୟିକ ବ୍ୟକ୍ତିଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ। ଝଙ୍କଡ଼ଶ୍ରୀ କାଳିପ୍ରସ୍ନ ପରିଜା ଅବର୍ତ୍ତମାନରେ ସେ ଝଙ୍କଡ଼ ସାହିତ୍ୟ ସଂସଦର ମଙ୍ଗୁଆଳ ସାଜିଥିଲେ। ତାଙ୍କ ବିୟୋଗରେ ମର୍ମାହତ ହୋଇ ଉପଦେଷ୍ଟା ଅକ୍ଷୟ ଦାସ, ମନମୋହନ କାନୁନ୍ଗୋ, କ୍ୟାପ୍ଟେନ୍ ଜ୍ଞାନରଞ୍ଜନ ସାମନ୍ତରାୟ, ଅଧ୍ୟାପକ ଉମାକାନ୍ତ ନାୟକ, କାର୍ଯ୍ୟକାରି ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତି, ଡ଼- ବିଷ୍ଣୁ ପ୍ରିୟା ଦାସ, ପ୍ରତିଷ୍ଠାତା ସମ୍ପାଦକ ଗୋଲୋକ ବିହାରି ପଲାଇ, ସବିତା ନାୟକ, ବାସବ କୁମାର ନନ୍ଦ, ଝୁଲରାମ ଦାସ, ପରମାନନ୍ଦ ମିଶ୍ର, ନିତ୍ୟାନନ୍ଦ ନାୟକ, ପ୍ରଶାନ୍ତ ଦାସ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ଦିଗମ୍ବର ରାଉତ, ହେମନ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସ୍ୱାଇଁ, ରାଧାମୋହନ ପରିଜା, ଚିତ୍ତରଞ୍ଜନ ପରିଜା, ସାସ୍ୱତ ସେତୁ ସମ୍ପାଦିକା ଆରତୀ ତ୍ରିପାଠୀ, ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ, ସମୀର ରଞ୍ଜନ ପଟ୍ଟନାୟକ, ପଦ୍ମାବତୀ ମିଶ୍ର, ନଗେନ୍ଦ୍ର କୁମାର ସ୍ୱାଇଁ, ପିତାମ୍ବର ମହାପାତ୍ର, ପ୍ରିୟତମା ସାହୁ, ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ପ୍ରଦୀପ୍ତ କୁମାର କର, କାଦମ୍ବିନୀ ଦାସ, ସରସ୍ୱତୀ ସୁତାର, କାଦମ୍ବିନି ପରିଜାର, ହେମନ୍ତ କୁମାର ରଥ, ବସନ୍ତ କୁମାର ଓଝା, ତିର୍ତ୍ତୋଲ ସାମ୍ବିଦକ ସଂଘ ପକ୍ଷରୁ ସାମ୍ବାଦିକ ଟୁକନ ଚରଣ ସେଠୀ, ଜୟନ୍ତ ପରିଜା, ରଞ୍ଜନ ଖୁଣ୍ଟିଆ, ଶ୍ରୀକାନ୍ତ ଦାସ, ନିଶାକର ଦାସ, ରମାକାନ୍ତ ରାଉଳ, ସୁସିଲ ମହାପାତ୍ର, ସୁଧାଶୁଂ ଶେଖର ପୃଷ୍ଟି, ପ୍ରମୋଦ କୁମାର ଦାସ, ଗୌରାଙ୍ଗ ସ୍ୱାଇଁ, ଉପେନ୍ଦ୍ର ମହାନ୍ତି, ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ, ଅମରଜ୍ୟୋତି ସାହୁ, ତିର୍ତ୍ତୋଲ ବାର ଆସୋସିଏସନର ସମସ୍ତ ସଦସ୍ୟ, ତିର୍ତ୍ତୋଲ କୁମାର ଉତ୍ସବ ସମିତିର କର୍ମକର୍ତ୍ତା ପ୍ରମୁଖ ଶୋକ ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.