Home ଓଡ଼ିଶା ମହିଳାଙ୍କୁ ଖୋଜିବାକୁ ୧୯ ବର୍ଷ ଲାଗିଲା – GRP ଫେରାଇଲା ସୁନା ଚେନ୍, ୧୯ ହଜାର...

ମହିଳାଙ୍କୁ ଖୋଜିବାକୁ ୧୯ ବର୍ଷ ଲାଗିଲା – GRP ଫେରାଇଲା ସୁନା ଚେନ୍, ୧୯ ହଜାର ଚେନ ଏବେ ୨.୩୦ ଲକ୍ଷ – ମହିଳା କହିଲେ, ବିଶ୍ୱାସ ହେଉନି

281

ନୂଆ ଦିଲ୍ଲୀ ସେପ୍ଟେମ୍ବର ୧୯ (ଓଡ଼ିଆ ପୁଅ) ୧୯ ବର୍ଷ ପରେ ମହିଳାଙ୍କୁ ମିଳିଲା ତାଙ୍କର ହଜିଯାଇଥିବା ସୁନା ଚେନ୍। ତାହା ପୁଣି ଫେରାଇଲା ଜିଆରପି। ସେତେବେଳେ ଏହାର ଦାମ ଥିଲା ୧୯ ହଜାର ଟଙ୍କା ଏବେ ୨.୩୦ ଲକ୍ଷ।
ସତରେ ଏହା କାହାକୁ ବି ବିଶେୱାସ ହେବନି। ଭାବିନିଅନ୍ତି ଆଫଣଙ୍କର ପର୍ସ ହଜିଯାଇଥିବ ଯେପରିକି କୌଣସି ସ୍ଥାନରୁ ଫେରୁଥିବା ସମୟରେ ଏକ କ୍ୟାବ କିମ୍ବା ଅଟୋରେ ଛାଡି ଦେଇଥିବେ, ଏବଂ ଅନେକ ବର୍ଷ ପରେ ଆପଣଙ୍କୁ ସେହି ଅଟୋବାଲା ଖୋଜିଖୋଜି ଦେବାକୁ ଆସିବ ତେବେ ଆପଣଙ୍କୁ କିପରି ଲାଗିବ।

କିନ୍ତୁ ଯଦି ୧୯ ବର୍ଷ ପରେ ଯଦି କେହି ତାଙ୍କର ହଜିଯାଇଥିବା ସୁନା ଚେନ୍ ପାଇଯାଏ, ତେବେ ତାଙ୍କ ଖୁସିକୁ ଆପଣ ଆକଳନ କରିପାରିବେ। ମହାରାଷ୍ଟ୍ରର ଥାନେରେ ରହୁଥିବା ୬୩ ବର୍ଷିୟ ମହିଳା ନିର୍ମଳା ରାଧା କୃଷ୍ଣନ ୧୯ ବର୍ଷ ପରେ ତାଙ୍କୁ ୪୮ ଗ୍ରାମ ସୁନା ଚେନ୍ ଫେରିପାଇଛନ୍ତି।
ତେବେ, ଏଠି ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେଯେ, ଏମିତି କିପରି ହେଲା।
ପ୍ରକୃତରେ, GRP କୁ ତାଙ୍କ ଠିକଣା ଖୋଜିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଲା ଏଥିପାଇଁ ୧୯ ବର୍ଷ ଲାଗିଯାଇଥିଲା।
୨୦୦୧ ରେ, ଅଭିଯୋଗକାରୀ ନିର୍ମଳା ରାଧା କୃଷ୍ଣନ ଥାନେ ଷ୍ଟେସନରୁ ଏକ ଟ୍ରେନରେ ଚଢ଼ିଥିଲେ ଏବଂ ତାଙ୍କର ଚେନ ଛଡ଼ାଇ ନେଇଥିଲେ ଚୋର। ସେ ଏହି ମାମଲାରେ ଏକ ମାମଲା ଦାୟର କରିଥିଲେ। ଏହା ପରେ ସେ ନଭି ମୁମ୍ବାଇର କୋପରଖାଇରାନରେ ସେଣ୍ଟ୍ରାଲ କମ୍ପ୍ଲେକ୍ସରେ ରହୁଥିଲେ। ଏହା ପରେ ତାଙ୍କ ଠିକଣା ବଦଳିଗଲା। ୨୦୦୩ ରେ ଏଠାରେ ଚୋର ଧରାପଡିଥିଲା, କିନ୍ତୁ ନିର୍ମଳା ଘର ବଦଳାଇ ଦେଇଥିଲେ। ତାଙ୍କ ସହ ଯୋଗାଯୋଗ ହୋଇପାରିଲା ନାହିଁ ଏବଂ ପରେ ଚେନକୁ ଲକରରେ ରଖାଗଲା। GRP ପକ୍ଷରୁ ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତିଯେ, ଆମକୁ ଦିଆଯାଇଥିବା ଠିକଣାରେ ନିର୍ମଳା ମିଳୁ ନ ଥିବାରୁ ଆମେ ଚେନକୁ ଏକ ସୁରକ୍ଷିତ ଲକରରେ ରଖିଥିଲୁ। ଚୋରିର ଶିକାର ହୋଇଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ଲକରରେ ରଖାଯାଇଥିବା ସୁନା ଅଳଙ୍କାର ଫେରସ୍ତ ପାଇଁ GRP ପୋଲିସ କମିଶନର ରବିନ୍ଦ୍ର ସେନଗାଓଁକର ନିର୍ଦ୍ଦେଶ ଦେଇଥିଲେ। ତା’ପରେ, ଆମେ ନିର୍ମଳାଙ୍କ ଠିକଣା ଖୋଜିବା ଆରମ୍ଭ କରିଥିଲୁ।

ନିର୍ମଳାଙ୍କ ଠିକଣାକୁ ଜଣେ ପୋଲିସ କର୍ମଚାରୀ ପଠାଯାଇଥିଲା। କିନ୍ତୁ ସେ ମିଳିନଥିଲେ, ଏହା ପରେ GRP ଖୋଜିବା ଆରମ୍ଭ କଲା। ଏହା ପରେ ଆମେ କୋପକାରାଇରାନରେ ଥିବା ଗ୍ୟାସ ଏଜେନ୍ସିରୁ ଜାଣିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ମାମଲା ସଫଳ ହୋଇପାରିଲା ନାହିଁ। ତା’ପରେ ଆମର ଦଳର ସଦସ୍ୟମାନେ FIR ଅନୁସନ୍ଧାନ ଆରମ୍ଭ କଲେ ଏବଂ ଆମେ ଏକ ଲ୍ୟାଣ୍ଡଲାଇନ ନମ୍ବର ପାଇଲୁ। ଆମେ ଟେଲିଫୋନ୍ ଏଜେନ୍ସି ସହିତ ଚେକ୍ କରି କୋପରଥାନାର ଏକ ନୂତନ ଠିକଣାରେ ନମ୍ବର ଖୋଜିଲୁ। ଆମେ ସେଠାରେ ନିର୍ମଳାଙ୍କୁ ମଧ୍ୟ ପାଇଲୁ ନାହିଁ। ଏହା ପରେ ଆମେ ସେହି ବିଲ୍ଡିଂର ଚୌକିଦାର ସାହାଯ୍ୟରେ ପୁରୁଣା ରେକର୍ଡଗୁଡିକ ଯାଞ୍ଚ କଲୁ ଏବଂ ତା’ପରେ ଏକ ମୋବାଇଲ୍ ନମ୍ବର ପାଇଲୁ। ଏବଂ ପରେ ନିର୍ମଳାଙ୍କ ବିଷୟରେ ସୂଚନା ମିଳିଲା।

GRP ୧୮ ସେପ୍ଟେମ୍ବର ଶୁକ୍ରବାର ଦିନ ନିର୍ମଳାଙ୍କ ଘରକୁ ଯାଇ ୨.୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚେନ୍ ଫେରସ୍ତ କରିଥିଲା। ଏହି ପୂରା ଘଟଣା ବିଷୟରେ ନିର୍ମଳା କହିଛନ୍ତି ଯେ ସେ ତାଙ୍କ ଭାଗ୍ୟକୁ ବିଶ୍ୱାସ କରିପାରୁନାହାଁନ୍ତି। ନିର୍ମଳା କହିଛନ୍ତି, ୨୦ ବର୍ଷ ପୂର୍ବେ ଏହି ଚେନ ୧୯, ୦୦୦ ଟଙ୍କା ଥିଲା ଏବଂ ବର୍ତ୍ତମାନ ଏହାର ମୂଲ୍ୟ ଦଶ ଗୁଣ ଅଧିକ। ଏତେ ବର୍ଷ ପରେ ଏହା ପାଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.