Home ଓଡ଼ିଶା ଫାଶୀ ପୂର୍ବରୁ ବିନୟର ନୂଆ ଚାଲ: ତାକୁ ସ୍କିଜୋଫ୍ରେନିଆ ହୋଇଛି ! କୋର୍ଟରେ ଦାଖଲ ନୂଆ...

ଫାଶୀ ପୂର୍ବରୁ ବିନୟର ନୂଆ ଚାଲ: ତାକୁ ସ୍କିଜୋଫ୍ରେନିଆ ହୋଇଛି ! କୋର୍ଟରେ ଦାଖଲ ନୂଆ ପିଟିସନ୍

321

ନୂଆ ଦିଲ୍ଲୀ ୨୦-୨ (ଓଡ଼ିଆ ପୁଅ) ୩ ମାର୍ଚ୍ଚରେ ପାଶୀ ଦଣ୍ଡ ପାଇଁ ଚାରି ନିର୍ଭୟା ଦୋଷୀଙ୍କ ବିରୁଦ୍ଧରେ ବ୍ଲାକ ୱାରେଣ୍ଟ ଜାରୀ କରାଯାଇଛି। କିନ୍ତୁ ଏହା ପୂର୍ବରୁ ମଧ୍ୟ ଦୁଇ ଦୁଇଥର ଡେଥ ୱାରେଣ୍ଟ ଅର୍ଥାତ୍ ବ୍ଲାକ୍ ୱାରେଣ୍ଟ ମଧ୍ୟ ଜାରୀ କରାଯାଇଥିଲା। କିନ୍ତୁ ବିଭିନ୍ନ ଆଇନ ଅନୁଯାୟୀ ବିକଳ୍ପ ବାକୀଥିବା ଯୋଗୁ ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲା ଯାଇପାରିନାହିଁ। ଇତି ମଧ୍ୟରେ ତୃତୀୟଥରପାଇଁ ବ୍ଲାକ୍ ୱାରେଣ୍ଟ ଜାରୀ କରାଯାଇଛି। ବ୍ଲାକ୍ ୱାରେଣ୍ଟ ଅନୁଯାୟୀ ଆସନ୍ତା ମାର୍ଚ୍ଚମାସ ତିନି ତାରିଖ ସକାଳ ଛଅଟାରେ ସେମାନଙ୍କୁ ଫାଶୀ ଏକା ସାଙ୍ଗରେ ଦିଆଯିବ। କିନ୍ତୁ ଆଜି ଏକ ନୂଆ ଖବର ଆସିଛି ଯେ, ଜଣେ ଦୋଷୀ ବିନୟ ଶର୍ମା, ଦିଲ୍ଲୀର ତିହାଡ଼ ଜେଲରେ ନିଜ ସେଲର କାନ୍ଥରେ ନିଜର ମୁଣ୍ଡ ପିଟି ଆହତ ହୋଇଛି। ଏ ନେଇ ସେ ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ କୋର୍ଟରେ ଓକିଲ ଏପି ସିଂଙ୍କ ମାଧ୍ୟମରେ ପିଟିସନ ଦାଖଲ କରିଛି। ପିଟିସନରରେ କୁହାଯାଇଛି କି ସେ ବର୍ତ୍ତମାନ ମାନସିକ ସ୍ତରରେ ଅସୁସ୍ଥ ଏବଂ ତାକୁ ସ୍କିଜୋଫ୍ରେନିଆ ହୋଇଛି।

ଜେଲର ଜଣେ ଅଧିକାରୀ କହିଥିଲେ କି ୨୬ ବର୍ଷୀୟ ବିନୟ ଶର୍ମା ରବିବାର ଦ୍ୱିପ୍ରହରରେ ନିଜେ କାନ୍ଥରେ ନିଜ ମୁଣ୍ଡ ପିଟି ନିଜକୁ ଆହତ କରିବା ପାଇଁ ପ୍ରୟାସ କରୁଥିଲା। ସୁରକ୍ଷାକର୍ମିମାନେ ତାକୁ ଦେଖିଲେ ଏବଂ ତାକୁ ରୋକିଥିଲେ। ତାକୁ ହାଲୁକା ଚୋଟ ଆସିଛି।

ତା’ର ଓକିଲ କହିଛନ୍ତିଯେ, ସେ ନିଜର ମା’ କୁ ମଧ୍ୟ ଚିହ୍ନି ପାରୁନାହିଁ। ସେ ବିନୟ ଶର୍ମାକୁ ଇଂଷ୍ଟିଚ୍ୟୁଟ ଅଫ ହ୍ୟୁମାନ ବିହେବିୟର ଆଣ୍ଡ ଆଲାଏଡ ସାଇନ୍ସେଜ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ କୋର୍ଟରେ ଆବେଦନ କରିଛନ୍ତି। କିନ୍ତୁ ନିର୍ଭୟାର ଓକିଲ ଏହାକୁ ବିରୋଧ କରିଛନ୍ତି।

ଏକ ସପ୍ତାହ ପୂର୍ବରୁ ମଧ୍ୟ, ଦୋଷୀଙ୍କର ଓକିଲ କୋର୍ଟକୁ କହିଥିଲେ କି ସେ “ଭୁକ ହରତାଳ” ରେ ବସିଛି ଏବଂ ତା’ର ମାନସିକ ସ୍ଥିତି ଭଲ ନାହିଁ।

ଏହି ମାମଲାରେ ପାଟିଆଲା ହାଉସ୍ କୋର୍ଟ ତିହାଡ଼ ଜେଲର ଅଧିକାରୀଙ୍କର ଜବାବ ମାଗିଛନ୍ତି ଏବଂ ବିନୟର ଚିକିତ୍ସା କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.