Home ଓଡ଼ିଶା ଯୋଡ଼ା – ଟାଟା ଷ୍ଟିଲ ପକ୍ଷରୁ ବିରିକଳାଠାରେ ମେଗା ସ୍ୱାସ୍ଥ୍ୟ ଶିବିର

ଯୋଡ଼ା – ଟାଟା ଷ୍ଟିଲ ପକ୍ଷରୁ ବିରିକଳାଠାରେ ମେଗା ସ୍ୱାସ୍ଥ୍ୟ ଶିବିର

111

ଯୋଡ଼ା (୨୦, ୨୦୨୦ : (ଓଡିଆ ପୁଅ /ସେକ୍ ଜାବିର ମହମ୍ମଦ) ନିଜ ସାମାଜିକ ଉତ୍ତରଦାୟିତ୍ୱର ଅଂଶବିଶେଷ ଭାବେ ଟାଟା ଷ୍ଟିଲ ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବିରିକଳା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଦିନିକିଆ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ।
ବିରିକଳା ଓ ପାଶ୍ୱର୍ବର୍ତ୍ତୀ ଗ୍ରାମ ଯଥା ଗୋବିନ୍ଦପୁର, ପ୍ରଭାତିପୁର, ଝରଣା, ଦଦୁଆଁ, ବଲିତା, ଭାଗଲପୁର, କରଣସାହି, ଲହଣ୍ଡା ଓ ମୁତୁଡା ଇତ୍ୟାଦି ଗ୍ରାମରୁ ୩୬୨ ଜଣ ରୋଗୀ ଉକ୍ତ ଦିନିକିଆ ଶିବିରରେ ସ୍ୱାସ୍ଥ୍ୟସେବା ଲାଭ କରିଥିଲେ ।
ବରିକଳା ପଞ୍ଚାୟତ ସରପଞ୍ଚ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଯୋଡ଼ାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲ ଓ ଟିଏସ୍‌ଆରଡିଏସ୍ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ଦିନିକିଆ ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ ।
ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲ ଓ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥାର ୭ଜଣ ବିଶେଷଜ୍ଞ ଡାକ୍ତର ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ନିଜ ସେବା ଯୋଗାଇ ଦେଇଥିଲେ । ଉକ୍ତ ଶିବିରରେ ରୋଗୀମାନଙ୍କୁ ପରାମର୍ଶ ପ୍ରଦାନ କରିବା ବ୍ୟତୀତ ଭେଷଜ, ଶିଶୁ, ସ୍ତ୍ରୀ ଓ ପ୍ରସୂତୀ ଏବଂ ଚର୍ମ ରୋଗ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରିଥିଲେ । ଏହାବ୍ୟତୀତ ଉକ୍ତ ଶିବିରରେ ରୋଗର ସଠିକ୍ ନିରୂପଣ ପାଇଁ ରୋଗୀମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଉକ୍ତ ଶିବିରରେ ୫ଜଣ ରୋଗୀଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିବାବେଳେ ଖୁବ ଶୀଘ୍ର ଟାଟା ଷ୍ଟିଲ ଯୋଡ଼ା ହସ୍ପିଟାଲରେ ସେମାନଙ୍କ ଅସ୍ତ୍ରୋପଚାର କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.