Home ଅପରାଧ ନିର୍ଭୟା ଦୋଷୀଙ୍କ ନୂଆ ଚାଲ୍ : ଫାଶୀରୁ ବଞ୍ଚିବା ପାଇଁ ପୁଣି ମୁକେଶ ପହଁଚିଲା କୋର୍ଟ...

ନିର୍ଭୟା ଦୋଷୀଙ୍କ ନୂଆ ଚାଲ୍ : ଫାଶୀରୁ ବଞ୍ଚିବା ପାଇଁ ପୁଣି ମୁକେଶ ପହଁଚିଲା କୋର୍ଟ – କହିଲା ଘଟଣା ସମୟରେ ସେ ଦିଲ୍ଲୀରେ ନଥିଲା

408

ନୂଆଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ନିର୍ଭୟା ଗଣଦୁଷ୍କର୍ମ ମାମଲାରେ, ଚାରିଜଣ ଦୋଷୀଙ୍କୁ ଫାଶୀ ଦେବାର ତିନି ଦିନ ପୂର୍ବରୁ, ଜଣେ ଦୋଷୀ ମୁକେଶ ପୁଣି ଥରେ କୋର୍ଟରେ ଆବେଦନ କରିଛି। ସେ ଦାବି କରିଛି ଯେ, ଯେଉଁ ଦିନ ନିର୍ଭୟା ସହ ଗଣଦୁଷ୍କର୍ମ ଘଟଣା ହୋଇଥିଲା, ସେ ସମୟରେ ସେ ଦିଲ୍ଲୀରେ ନଥିଲା ତେଣୁ ମୃତ୍ୟୁଦଣ୍ଡ ପ୍ରତ୍ୟାହାର କରାଯାଉ। ବରିଷ୍ଠ ଓକିଲ ଏମ.ଏଲ୍ ଶର୍ମା ଦୋଷୀ ମୁକେଶ ପକ୍ଷରୁ ପାଟିଆଲା ହାଉସ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଦୋଷୀ ସାବ୍ୟସ୍ତ ହେବାପରେ ଦିଲ୍ଲୀର ତିହାର ଜେଲରେ ମୁକେଶଙ୍କୁ ନିର୍ଯାତନା ଦିଆଯାଇଥିବା ଓକିଲ ଅଭିଯୋଗ କରିଛନ୍ତି।

ମୁକେଶ ତା’ର ପିଟିସନରେ କହିଛି ଯେ, ୧୭ ଡିସେମ୍ବର ୨୦୧୨ ରେ ଦିଲ୍ଲୀ ପୋଲିସ ତାକୁ ରାଜସ୍ଥାନରୁ ଆଣିଥିଲା। ଏପରି ପରିସ୍ଥିତିରେ ସେ ୧୬ ଡିସେମ୍ବରରେ ଦିଲ୍ଲୀରେ ନଥିଲା।

ଏହା ପୂର୍ବରୁ ମୁକେଶ ବରିଷ୍ଠ ଓକିଲ ବୃନ୍ଦା ଗ୍ରୋଭରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। କିନ୍ତୁ ସୋମବାର ଦିନ କୋର୍ଟ ତା’ର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

୩ ଦୋଷୀ ଆଇସିଜେ (ICJ)ରେ ଆବେଦନ କରିଛନ୍ତି

ଏହାପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତିନିଜଣ ଦୋଷୀ ମଧ୍ୟ ମୃତ୍ୟୁଦଣ୍ଡ ବିରୋଧରେ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ) ନିକଟରେ ପହଞ୍ଚିଛନ୍ତି। ସୁପ୍ରିମକୋର୍ଟରୁ ମୃତ୍ୟୁଦଣ୍ଡ ପାଇବା ପରେ ଓକିଲ ଏପି ସିଂ ଅନ୍ତର୍ଜାତୀୟ କୋର୍ଟରେ ନ୍ୟାୟ ପାଇବା ପାଇଁ ପୱନ, ଅକ୍ଷୟ ଏବଂ ବିନୟ ତରଫରୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମାର୍ଚ୍ଚ ୨୦ ରେ ଫାଶୀଦଣ୍ଡକୁ ରୋକିବା ପାଇଁ ଆବେଦନ କରାଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ରବିବାର ଦିନ ଏହି ଚାରିଜଣ ଦୋଷୀଙ୍କର ପରିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିବେଦନ କରିଥିଲେ ଯେ ଦୋଷୀମାନଙ୍କୁ ଇଉଥାନାସିଆ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଉ।

ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ପାଖକୁ ସମୁଦାୟ ୧୩ ଟି ଚିଠି ଯାଇଛି ଏହି ଚିଠିଗୁଡ଼ିକ ଦୋଷୀମାନଙ୍କ ପରିବାରର ସଦସ୍ୟଙ୍କ ଦ୍ୱାରା ପଠାଯାଇଛି। ଦୁଇଟି ଚିଠି ମୁକେଶଙ୍କ ପରିବାର ସଦସ୍ୟ ଲେଖିଥିବାବେଳେ ପୱନ ଏବଂ ବିନୟଙ୍କ ପରିବାର ପ୍ରତ୍ୟେକେ ୪ ଟି ଚିଠି ପଠାଇଛନ୍ତି। ବାକି ୩ ଟି ଚିଠି ଅକ୍ଷୟଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପଠାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.