Home ଓଡ଼ିଶା ମଧ୍ୟପ୍ରଦେଶରେ ତୁରନ୍ତ ଫ୍ଲୋର ଟେଷ୍ଟ କରାଇବା ପାଇଁ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରୀମ କୋର୍ଟଙ୍କ ନୋଟିସ୍...

ମଧ୍ୟପ୍ରଦେଶରେ ତୁରନ୍ତ ଫ୍ଲୋର ଟେଷ୍ଟ କରାଇବା ପାଇଁ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରୀମ କୋର୍ଟଙ୍କ ନୋଟିସ୍ – ଆସନ୍ତା କାଲି ହେବ ଶୁଣାଣି

358

ନୂଆ ଦିଲ୍ଲୀ ୧୭-୩ (ଓଡ଼ିଆ ପୁଅ) ତୁରନ୍ତ ଫ୍ଲୋର ପରୀକ୍ଷା ପାଇଁ ବିଜେପିର ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାରଦିନ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏନପି ପ୍ରଜାପତି ଏବଂ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା କାଲି ଅର୍ଥାତ୍ ବୁଧବାରଦିନ ସକାଳ ସାଢ଼େ ୧୦ଟାରେ ଶୁଣାଣି କରିବେ ସୁପ୍ରୀମ କୋର୍ଟ।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ଏବଂ ହେମନ୍ତ ଗୁପ୍ତାଙ୍କ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି କରୁଛନ୍ତି।

ସୂଚନାଯୋଗ୍ୟଯେ, ରବିବାରଦିନ ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ଭାଷଣ ପରେ ବାଚସ୍ପତି ଗୃହକୁ ଆସନ୍ତା ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କରୋନା ଭାଇରସ୍ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। କିନ୍ତୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଧାନସଭାରେ ଫ୍ଲୋରଟେଷ୍ଟ ହୋଇନଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ହଟଗୋଳ ଆରମ୍ଭ ହୋଇଥିଲା। ଏହାପରେ ବାଚସ୍ପତି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ ରଖିଛନ୍ତି।

ପୁନଶ୍ଚ ସୂଚନାଯୋଗ୍ୟଯେ, ରାଜନୈତିକ ଅସ୍ଥିରତା ମଧ୍ୟରେ ମଧ୍ୟପ୍ରଦେଶରେ ବିଧାନସଭା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟପାଳ ଲାଲଜୀ ଟଣ୍ଡନ ବିଧାନସଭାକୁ ସମ୍ବୋଧିତ କରିଥିଲେ। ମୁଖ୍ୟମନ୍ତ୍ରୀ କମଲନାଥ ଏହା ପୂର୍ବରୁ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ଏ ସମୟରେ ଫ୍ଲୋର ଟେଷ୍ଟ କରାଇବା ଅସଂବୈଧାନିକ ଏବଂ ଅଗଣତାନ୍ତ୍ରିକ ବୋଲି କହିଥିଲେ।

କମଲନାଥ ସରକାରରେ ମନ୍ତ୍ରୀ ପିସି ଶର୍ମା କହିଥିଲେଯେ, ଆମେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବାକୁ ପ୍ରସ୍ତୁତ, କିନ୍ତୁ ସମସ୍ତ ସଦସ୍ୟ ବିଧାନସଭାକୁ ଆସୁନାହାଁନ୍ତି। ଷୋହଳ କଂଗ୍ରେସ ବିଧାୟକ ନିଖୋଜ ହୋଇଯାଇଛନ୍ତି, ଯାହାଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ କମଲନାଥ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟଯେ, ମଧ୍ୟପ୍ରଦେଶରେ ବରିଷ୍ଠ ରାଜନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାପରେ ସେଠାରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ କଂଗ୍ରେସ କମଲନାଥଙ୍କ କମଲନାଥ ସରକାରଙ୍କ ଉପରେ ସଂକଟ ଦେଖାଯାଇଛି। ୨୨ଜଣ କଂଗ୍ରେସ ବିଧାୟକ ବାଙ୍ଗାଲୁରୁରେ ଏକ ରିସୋର୍ଟରେ ଅଛନ୍ତି। କୁହାଯାଉଛିଯେ, ସେମାନେ ସମସ୍ତେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ସମର୍ଥକ। କିନ୍ତୁ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୬ ଜଣ ପୂର୍ବତନ କଂଗ୍ରେସ ବିଧାୟକ ଏବଂ କମଲନାଥ ସରକାରରେ ଥିବା ମନ୍ତ୍ରୀଙ୍କର ଇସ୍ତଫା ପତ୍ର ବାଚସ୍ପତି ସ୍ୱୀକାର କରିଛନ୍ତି। କିନ୍ତୁ ଅନ୍ୟ ୧୬ ଜଣ କଂଗ୍ରେସ ବିଧାୟକଙ୍କର ଇସ୍ତଫା ପତ୍ରକୁ ସ୍ୱୀକାର କରିନାହାଁନ୍ତି। ତେବେ କଂଗ୍ରେସ ତରଫରୁ କୁହାଯାଉଛିଯେ, କୌଣସି ଚାପରେ କଂଗ୍ରେସ ବିଧାୟକମାନଙ୍କୁ ବନ୍ଧକ ରଖାଯାଇ ସେମାନଙ୍କୁ ଇସ୍ତଫା ଦେବାପାଇଁ ବାଧ୍ୟ କରାଯାଇଛି। ତେଣୁ ସେମାନେ ପ୍ରତ୍ୟେକ୍ଷ ଭାବରେ ବାଚଷ୍ପତିଙ୍କୁ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବାଚଷ୍ପତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.