Home Coronavirus Outbreak SCTIMST ଡାକ୍ତର କରୋନା ଆକ୍ରାନ୍ତ : ମେଡ଼ିକାଲର ୩୦ ଡାକ୍ତର ଏବେ ଆଇସୋଲେସନରେ

SCTIMST ଡାକ୍ତର କରୋନା ଆକ୍ରାନ୍ତ : ମେଡ଼ିକାଲର ୩୦ ଡାକ୍ତର ଏବେ ଆଇସୋଲେସନରେ

455

କେରଳ ୧୭-୩ (ଓଡ଼ିଆ ପୁଅ) : ଶ୍ରୀ ଚିତ୍ରା ତିରୁନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (SCTIMST)ରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର କରୋନାଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ଘଟଣା କନଫର୍ମ ହୋଇଛି। ତାଙ୍କର ଟେଷ୍ଟ ପଜିଟିଭ୍ ଆସିଛି। ଏହାପରେ ତାଙ୍କର ୩୦ ଜଣ ସହକର୍ମୀ ଯାହାଙ୍କୁ ସେ ଯୋଗାଯୋଗ କରିଥିଲେ, ସେମାନଙ୍କୁ ବର୍ତ୍ତମାନ ଡାକ୍ତରୀ ତତ୍ତ୍ୱାବଧାନରେ ପୃଥକଭାବେ ରଖାଯାଇଛି।

ମାର୍ଚ୍ଚ ୦୧ ତାରିଖରେ ଡାକ୍ତର ସ୍ପେନରୁ ଫେରିଥିଲେ ଏବଂ ମାର୍ଚ୍ଚ ୨ ତାରିଖରେ ଡ୍ୟୁଟିରେ ଜଏନ୍ କରିଥିଲେ।

ମାର୍ଚ୍ଚ ୮ ରେ ସେ ଗଳାରେ ଯନ୍ତ୍ରଣା ଅନୁଭବ କରିଥିଲେ। ମାର୍ଚ୍ଚ ୧୦ ଏବଂ ୧୧ ରେ ରୋଗୀଙ୍କୁ ଦେଖିବା ସହିତ ସେ ନିଜ କାର୍ଯ୍ୟରେ ଯୋଗଦେବାବେଳେ ଏକ ମାସ୍କ ପିନ୍ଧିଥିଲେ।

ଏହା ପରେ ମାର୍ଚ୍ଚ ୧୨ ରେ ସ୍ପେନ କୋଭିଡ -୧୯ ଦ୍ୱାରା ପ୍ରଭାବିତ ରାଷ୍ଟ୍ର ତାଲିକାରେ ସ୍ଥାନ ପାଇବା ପରେ ତାଙ୍କୁ ପୃଥକ ଭାବରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଷରେ ଯେତେବେଳେ ମାର୍ଚ୍ଚ ୧୪ ରବିବାର ଦିନ କରୋନାଭାଇରସ୍ ପାଇଁ ପୁନଃ ପରୀକ୍ଷା କରାଗଲା ସେତେବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା।

ଏବାପରେ, ବରିଷ୍ଠ ଡାକ୍ତର ଏବଂ ବିଭାଗର ମୁଖ୍ୟଙ୍କ ସମେତ ତାଙ୍କର ୩୦ ଜଣ ସହକର୍ମୀ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି। ରୋଗୀମାନଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ କୌଣସି ବିପଦକୁ ରୋକିବା ପାଇଁ ରୋଗୀ ସେବା ଛାଡିବାକୁ ବାଧ୍ୟ ହୋଇଛନ୍ତି।

ସେମାନେ ଅସ୍ତ୍ରୋପଚାର ଏବଂ ଅନ୍ୟାନ୍ୟ ଚିକିତ୍ସା ପାଇଁ ଅପେକ୍ଷା କରିଥିବା ରୋଗୀଙ୍କୁ ଡିସଚାର୍ଜ କରିବା ଏବଂ କେବଳ ଭୟଙ୍କର ଜରୁରୀକାଳୀନ ପରିସ୍ଥିତି ଗ୍ରହଣ କରିବାକୁ ଅନୁଷ୍ଠାନର ନିର୍ଦ୍ଦେଶକଙ୍କୁ ଲେଖିଛନ୍ତି ବୋଲି ହିନ୍ଦୁ ରିପୋର୍ଟ କରିଛି।

SCTIMST ହେଉଛି କେନ୍ଦ୍ର ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଜାତୀୟସ୍ତରର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଏବଂ ବିଶେଷ କରି ହୃଦ୍‌ରୋଗ ଏବଂ ସ୍ନାୟୁବିଜ୍ଞାନରେ ବିଶେଷ ଚିକିତ୍ସା ପ୍ରଦାନ କରିଥାଏ।

ଡ୍ୟୁଟି ପାଇଁ ଏହି ଅନେକ ପ୍ରଫେସନାଲ୍ ଉପଲବ୍ଧ ନ ଥିବାରୁ ପ୍ରିମିୟର୍ ଇନଷ୍ଟିଚ୍ୟୁଟରେ ସାଧାରଣ ସେବା ପ୍ରଭାବିତ ହେବାର ସମ୍ଭାବନା ଅଛି, ଅବଶ୍ୟ ଅନୁଷ୍ଟାନ କାର୍ଯ୍ୟକ୍ଷମ ହେବାପାଇଁ କର୍ତ୍ତୃପକ୍ଷମାନେ ଚେଷ୍ଟା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.