Home Coronavirus Outbreak ରାଜ୍ୟରେ ନାଇଟ୍‌ କର୍ଫ୍ୟୁ – ସନ୍ଧ୍ୟା ୭ରୁ ସକାଳ ୫ ଯାଏଁ ବଳବତ୍ତର ରହିବ

ରାଜ୍ୟରେ ନାଇଟ୍‌ କର୍ଫ୍ୟୁ – ସନ୍ଧ୍ୟା ୭ରୁ ସକାଳ ୫ ଯାଏଁ ବଳବତ୍ତର ରହିବ

227

ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) : କେନ୍ଦ୍ର ସରକାର ଲକ୍‌ଡାଉନ୍‌-୫ ଲାଗୁ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ଲକ୍‌ଡାଇନ୍‌ ୫.୦। କିନ୍ତୁ ଦେଶକୁ ଧିରେ ଧିରେ ଖୋଲିବା ପାଇଁ କେନ୍ଦ୍ର ସରକାର ଅନ୍‌ଲକ୍‌-୧ ଆରମ୍ଭ କରିଛନ୍ତି। ଆଜିଠାରୁ ସମଗ୍ର ଦେଶରେ କର୍ଫ୍ୟୁ କଟକଣା କୋହଳ କରି ସଂଧ୍ୟା ୭ ଟା ରୁ ସକାଳ ୭ଟା ପରିବର୍ତ୍ତେ ରାତ୍ରୀ ୯ଟାରୁ ସକାଳ ୫ଟା କରିଥିବା ବେଳେ ରାଜ୍ୟ ସରକାର କରୋନା ମୁକାବିଲା ଲାଗି କଟକଣାକୁ ପୂର୍ବପରି ଅପରିବର୍ତ୍ତିତ ରଖିଥିଲେ। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଏବେଠାରୁ ସଂଧ୍ୟା ୭ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଜୁନ୍‌ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌ ସମ୍ପର୍କରେ ଘୋଷଣା କରି କହିଥିଲେ।

ଜୁନ୍‌ ମାସରେ ରାଜ୍ୟରେ ପ୍ରବାସୀଙ୍କ ସଂଖ୍ୟା ବଢ଼ିବା ସହ ସଂକ୍ରମଣ ବି ବଢ଼ିପାରେ। ତେଣୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଅନେକ କଟକଣା ଜାରି ରହିବ ବୋଲି ପ୍ରକାଶ କରିଥିବା ବେଳେ ପୋଲିସ୍ ଡିଜି ଶ୍ରୀ ଅଭୟ ପ୍ରକାଶ କରିଛନ୍ତିଯେ, ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୭ କର୍ଫ୍ୟୁ ଜାରି ରହିବ ବୋଲି କହିବା ସହ ଖୁବ୍‌ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପ୍ରକାଶ କରିଥିଲେ। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଏବେଠାରୁ ସଂଧ୍ୟା ୭ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଯେଉଁମାନେ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ୍‌କୁ ମାନିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିୟମ ନମା ନିଲେ ଜରିମାନା ଆଦାୟ ହେବ, ମାମଲା ହେବ ଏବଂ ଦରକାର ପଡ଼ିଲେ ଗିରଫଦାରି ବି ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.