Home Coronavirus Outbreak ଓଡ଼ିଶା: ଜୁନ ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ବନ୍ଦ୍

ଓଡ଼ିଶା: ଜୁନ ୩୦ ପର୍ଯ୍ୟନ୍ତ ଧାର୍ମିକ ସ୍ଥଳ ବନ୍ଦ୍

254

ଭୁବନେଶ୍ୱର: ଆଜିଠାରୁ ଦେଶରେ ଅନ୍ ଲକ୍-୧ ଘୋଷଣା ହୋଇଥିଲେ ମଧ୍ୟ ଓଡ଼ିଶାରେ ଗମାନଗମନ ବ୍ୟବସ୍ଥାକୁ ଛାଡ଼ିଦେଲେ ଅନ୍ୟାନ୍ୟ କେତେକ କ୍ଷେତ୍ରରେ କଟକଣା କୋହଳ କରାଯାଇ ନାହିଁ। ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏବଂ ଜୁନ୍ ମାସକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେକରି ଏହାର ମୁକାବିଲା ପାଇଁ ରାଜ୍ୟ ସରକାର କିଛି ନୂଆ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବଂ ନୂଆ ଗାଇଡଲାଇନ୍ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି।

ଜୁନ୍ ୮ ତାରିଖରୁ ଧାର୍ମିକ ସ୍ଥଳ ଏବଂ ସପିଂ କପ୍ଲେକ୍ସ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଥିଲେ ମଧ୍ୟ ଓଡ଼ିଶାରେ ଜୁନ୍ ୩୦ ପର୍ଯ୍ୟନ୍ତ ଏହା ଉପରେ କଟକଣା ଜାରୀ ରହିବ। ଅର୍ଥାତ୍ ଜୁନ୍ ୩୦ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଦି ବନ୍ଦ୍ ରହିବ। ଏହା ଭିତରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ସଭା ସମିତି, ଉତ୍ସବ ଆଦିରେ ସମାବେଶ କରାଯାଇ ପାରିବ ନାହିଁ। ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍, ମନୋରଂଜନ ପାର୍କ, ବାର୍, ଅଡିଟୋରିୟମ୍, ସପିଂ କପ୍ଲେକ୍ସ ଆଦି ବନ୍ଦ ରହିବ। ସେହିପରି ହୋଟେଲ ଗୁଡ଼ିକ ଖୋଲିବାକୁ ପୂର୍ଣ୍ଣମାତ୍ରାରେ ଅନୁମତି ଦିଆଯାଇ ନାହିଁ। କେବଳ ୩୦ ପ୍ରତିଶତ କ୍ଷମତାରେ ହୋଟେଲ ଖୋଲା ଯାଇପାରିବ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.