Home ଓଡ଼ିଶା ଟସ୍ ଜୀତିଲା ନ୍ୟୁଜିଲ୍ୟାଣ୍ଡ – ଭାରତ ପ୍ରଥମେ କରିବ ବ୍ୟାଟିଂ

ଟସ୍ ଜୀତିଲା ନ୍ୟୁଜିଲ୍ୟାଣ୍ଡ – ଭାରତ ପ୍ରଥମେ କରିବ ବ୍ୟାଟିଂ

364

ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ମ୍ୟାଚର ଟି-୨୦ ସିରିଜ୍ ର ଚତୁର୍ଥ ମ୍ୟାଚ୍ ୱେଷ୍ଟପ୍ୟାକ୍ ଷ୍ଟାଡ଼ିୟମ, ୱିଲିଙ୍ଗଟନରେ ଖେଳା ଯାଇଛି। ତୃତୀୟ ମ୍ୟାଚ୍ ଡ୍ର ହୋଇଥିଲା। ତୃତୀୟ ଟି-୨୦ ମ୍ୟାଚ୍ ରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୯ ରନ କରିଥିଲା। ତେବେ ମ୍ୟାଚ୍ ର ନିର୍ଣ୍ଣାୟକ ପାଇଁ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରରେ ନ୍ୟୁଜିଲ୍ୟାଣ୍ଡ କୌଣସି ୱିକେଟ ନ ହରାଇ ୧୭ ରନ୍ ସଂଗ୍ରହ କରିଥିଲା ଏବଂ ଭାରତକୁ ଜୀତିବାପାଇଁ ୧୮ ରନ୍ ର ଆବଶ୍ୟକତା ଥିବା ବେଳେ ଭାରତର ରୋହିତ୍ ଶର୍ମା ଶେଷ ଦୁଇ ବଲ୍ ରେ ଛକ୍କା ମାରି ମ୍ୟାଚ୍ ଜୀତିବା ସହିତ ଭାରତ ସିରିଜ୍ ଜୀତିଛି ଭାରତ।

ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟିମ୍ ସାଉଦୀ ଟସ ଜୀତକରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି।

ଏହି ସିରିଜ୍ ରେ ପ୍ରଥମ ଦୁଇ ଟି-୨୦ ମ୍ୟାଚ୍ ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟ୍ ଏବଂ ଦ୍ୱିତୀୟ ମ୍ୟାଚ୍ ରେ ୭ ୱିକେଟ୍ ରେ ହରାଇଥିଲା। ଏହା ସହିତ ଭାରତ ସିରିଜ୍ ରେ ୩-୦ ରେ ଆଗୁଆ ହୋଇ ସିରିଜ୍ ହାତେଇ ସାରିଛି। ଭାରତର ଚେଷ୍ଟାହେବ କି ଚତୁର୍ଥ ଟି-୨୦ ମ୍ୟାଚ୍ ଜୀତକରି ସିରିଜ୍ ରେ ଅପରାଜୟ ରହିକାକୁ। ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ କୁ ଜୀତବାକୁ ଚେଷ୍ଟାକରିବ କାରଣ ସିରିଜ୍ ର ପ୍ରଥମ ତିନୋଟି ମ୍ୟାଚ୍ ହାରି ସାରିଛି।

ଭାରତୀୟ ଟିମ୍ ରେ କିଛି ପରିବର୍ତ୍ତନ କରାଯାଇଛି। ରୋହିତ ଶର୍ମା, ମୋହମ୍ମଦ ଶମ୍ମୀ, ରବିନ୍ଦ୍ର ଜାଡ଼େଜାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ସଞ୍ଜୁ ସାମସନ୍, ୱାସିଙ୍ଗଟନ୍ ସୁନ୍ଦର ଏବଂ ନବଦୀପ ସୈନୀଙ୍କୁ ସୁଯୋଗ ଦିଆଯାଇଛି।

ଭାରତ ପ୍ଲେଇଙ୍ଗ ଇଲେଭେନ – ବିରାଟ କୋହଲୀ (ଅଧିନାୟକ), କେ.ଏଲ. ରାହୁଲ (ୱିକେଟ୍ କିପର), ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ସଞ୍ଜୁ ସ୍ୟାମସନ, ଶିବମ ଦୂବେ, ଶାର୍ଦୁଲ ଠାକୁର, ୱାଶିଙ୍ଗଟନ ସୁନ୍ଦର, ଜସପ୍ରୀତ ବୁମରାହ, ୟୁଜଭେନ୍ଦ୍ର ଚହଲ, ନବଦୀପ ସୈନୀ

ନ୍ୟୁଜିଲ୍ୟାଣ୍ଡ ପ୍ଲେଇଙ୍ଗ ଇଲେଭେନ : ମାର୍ଟିନ ଗପ୍ଟିଲ, କଲିନ ମୁନରୋ, ଟିମ ସେଫର୍ଟ (ୱିକେଟ୍ କିପର), ଟମ ବ୍ରୁସ, ରସ ଟେଲର, ଡେରିଲ ମିଶେଲ, ମିଶେଲ ସେଣ୍ଟନର, ସ୍କଟ କୁଗ୍ଗେଲେଇଜନ, ଟିମ ସାଉଦୀ (ଅଧିନାୟକ), ଈଶ ସୋଢ଼ୀ, ହାମିଶ ବେନେଟ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.