Home Top News ଆଜି ହୋଇପାରେ ଓଡ଼ିଶା ବିଜେପିର ନବକଳେବର ..

ଆଜି ହୋଇପାରେ ଓଡ଼ିଶା ବିଜେପିର ନବକଳେବର ..

28

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ହୋଇପାରେ ଓଡ଼ିଶା ବିଜେପିର ନବକଳେବର! ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଘୋଷଣା କରିପାରନ୍ତି ନୂତନ ରାଜ୍ୟ ବିଜେପି ଟିମ୍, ବିଭିନ୍ନ ମୋର୍ଚ୍ଚା ପ୍ରମୂଖ ଏବଂ କାର୍ଯ୍ୟକାରିଣୀ। ଏହା ସହ ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରୁ ପ୍ରାୟ ଅଧିକାଂଶ ଜିଲ୍ଲା ସଭାପତି ପରିବର୍ତ୍ତନ ହୋଇ ଘୋଷଣା ହୋଇପାରନ୍ତି ନୂଆ ସଭାପତି। ମନମୋହନ ସାମଲ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ମନମୋହନଙ୍କ ସହିତ ଦିଲ୍ଲୀ ଯାଇଥିଲେ। ମାନସ ମହାନ୍ତି ଓଡ଼ିଶା ଫେରି ସାରିଛନ୍ତି। ମନମୋହନ ଆଜି ଦିଲ୍ଲୀରୁ ଫେରିପାରନ୍ତି। ମନମୋହନ ଫେରିଲା ପରେ ଘୋଷଣା ହୋଇପାରେ ରାଜ୍ୟ ବିଜେପି ଟିମ୍, ରାଜ୍ୟ କାର୍ଯ୍ୟକାରିଣୀ, ବିଭିନ୍ନ ମୋର୍ଚ୍ଚା ପ୍ରମୂଖ ଏବଂ ନୂତନ ଜିଲ୍ଲା ସଭାପତିଙ୍କ ନାମ। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୩ ତାରିଖରେ ମନମୋହନ ସାମଲ ଓଡ଼ିଶା ବିଜେପିର ନୂତନ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସଭାପତି ପରିବର୍ତ୍ତନ ପରେ ରାଜ୍ୟ ଟିମ୍ ପରିବର୍ତ୍ତନ ଏକ ସ୍ବଭାବିକ ପ୍ରକ୍ରିୟା। ମନମୋହନ ତାଙ୍କ ନୂଆ ଟିମ୍ ଘୋଷଣା କରିବା କଥା। ୪ ମାସ ବିତିଗଲା। କିନ୍ତୁ, ଏ’ ପର୍ଯ୍ୟନ୍ତ ମନମୋହନ ସାମଲ ଘୋଷଣା କରିନାହାଁନ୍ତି ତାଙ୍କ ନୂଆ ଟିମ୍। କାଲି କାଲି କହିକହି ଗଡ଼ୁଛି ଦିନ ବୋଲି ଦଳ ଭିତରେ ଆଲୋଚନା ଚାଲିଛି। କିନ୍ତୁ, ସୂଚନା ଅନୁଯାୟୀ ଆଉ ହେବନି ବିଳମ୍ବ। ମନମୋହନ ଦିଲ୍ଲୀରୁ ଫେରିବା ମାତ୍ରେ ଆଜି କାଲି ଭିତରେ ହୋଇଯିବ ଟିମ୍ ଘୋଷଣା!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.