Home Top News ଗ୍ରାଉଣ୍ଡ ଜିରୋ ନେତ୍ରୀ ପ୍ରଭାତୀ: ସ୍କୁଟିରେ ଚଲାଇଛନ୍ତି ଜନସଂପର୍କ ଅଭିଯାନ ..

ଗ୍ରାଉଣ୍ଡ ଜିରୋ ନେତ୍ରୀ ପ୍ରଭାତୀ: ସ୍କୁଟିରେ ଚଲାଇଛନ୍ତି ଜନସଂପର୍କ ଅଭିଯାନ ..

57

ଭୁବନେଶ୍ୱର: ନେତାନେତ୍ରୀ ତ’ ଅନେକ ଥାଆନ୍ତି। ପାରିବାରିକ ରାଜନୀତିରୁ ଆସି କିମ୍ବା କୌଣସି ନେତାଙ୍କ ଛତ୍ରଛାୟାରେ ଥାଇ କୌଣସି ପଦପଦବୀରେ ବସି ଅନେକ ନିଜକୁ ନେତାନେତ୍ରୀ ଭାବରେ ଅବସ୍ଥାପନା କରନ୍ତି। କିନ୍ତୁ, କ୍ଷମତା ବା ପଦପଦବୀ ଥାଇ ବା ନଥାଇ ମଧ୍ୟ ଗ୍ରାଉଣ୍ଡ ଜିରୋରେ କାମ କରୁଥିବା କୋଚିତ୍ ନେତାନେତ୍ରୀଙ୍କୁ ଦେଖାଯାଏ। ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଜଣେ ସେହିଭଳି ଗ୍ରାଉଣ୍ଡ ଜିରୋ ନେତ୍ରୀ। ଏବେ ରାଜ୍ୟ ବିଜେପିରେ ଏକ ନିରବ ଝଡ଼ ପ୍ରବାହିତ ହେଉଛି। ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ରାଜ୍ୟ ବିଜେପି ଟିମ୍ ଘୋଷଣା। ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ଟିମରେ କାହାକୁ ନେଉଛନ୍ତି କାହାକୁ ନ’ନେଉଛନ୍ତି ନେଇ ଆଶା ଓ ଆଶଙ୍କାରେ ଅନେକ ନେତାନେତ୍ରୀ। କିନ୍ତୁ, ଗ୍ରାଉଣ୍ଡ ଜିରୋ ନେତ୍ରୀ ପ୍ରଭାତୀ ପରିଡ଼ା ସ୍କୁଟିରେ ବୁଲି ନିଜ ନିର୍ବାଚନ ମଣ୍ଡଳୀ ନିମାପଡ଼ାରେ ଚଲାଇଛନ୍ତି ଜନସଂପର୍କ ଅଭିଯାନ। ରାଜନୀତିରେ ପ୍ରବେଶ କରିବା ପରଠାରୁ ପ୍ରଭାତୀ ପରିଡ଼ା ସର୍ବଦା ସକ୍ରିୟ, ଚଳଚଞ୍ଚଳ ତଥା ପରିଶ୍ରମୀ ରୂପରେ ଦେଖାଯାଇଛନ୍ତି। ସଙ୍ଗଠନାତ୍ମକ, ରଚନାତ୍ମକ କିମ୍ବା ଆନ୍ଦୋଳନାତ୍ମକ ସବୁ ଦିଗରେ ପ୍ରଭାତୀ ପରିଡ଼ାଙ୍କୁ ସର୍ବଦା ସକ୍ରିୟ ରୂପରେ ଦେଖିବାକୁ ମିଳିଛି। ରାଜ୍ୟ ବିଜେପିରେ ଅନେକ ନେତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏକ ଆଦର୍ଶ ଭାବରେ ମାନୁଥିବା ବେଳେ ତୀବ୍ର ବିରୋଧ ସତ୍ତ୍ୱେ ବିରୋଧୀ ଗୋଷ୍ଠୀରେ ମଧ୍ୟ ପ୍ରଭାତୀଙ୍କ ପ୍ରତି ଏକ ଖାତିର ରହିଛି।
-/DevD®

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.